
ସନ୍ତସନ୍ତିଆ ନଦୀ କୂଳରେ ରହୁଥିବା ଏହି ପ୍ରଜାତିର ବେଙ୍ଗମାନେ ଛଅ ସେଣ୍ଟିମିଟର ପର୍ଯ୍ୟନ୍ତ ବଢ଼ନ୍ତି। ସେମାନଙ୍କ ପିଠି ମଝିରେ ଫିକା ଲହୁଣି ରଙ୍ଗର ଲମ୍ବା ଗାର ରହିଛି। ଏହି ଗବେଷକ ଦଳ ଗତ ବର୍ଷ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ନଦୀକୂଳରେ ବତକର ସ୍ବର ଶୁଣି ପ୍ରଥମେ ଚକିତ ହୋଇଯାଇଥିଲେ। ତେବେ ରାତିରେ ଟର୍ଚ୍ଚ ଆଲୁଅରେ ଅନ୍ବେଷଣ ବେଳେ ବତକ ପରି ଶବ୍ଦ କରୁଥିବା ଉକ୍ତ ବେଙ୍ଗକୁ ସେମାନେ ଠାବ କରିଥିଲେ।
ଭାରତୀୟ ଜୀବବିଜ୍ଞାନୀ ଓ ଅରଣ୍ୟ ବିଶେଷଜ୍ଞଙ୍କ ସହାୟତାରେ ଉଲ୍ଭରହାମ୍ପଟନ୍ର ଗବେଷକମାନଙ୍କ ହାତରେ ପଡ଼ିଥିବା ଏହି ସନ୍ଧାନ ଉକ୍ତ ନୂଆ ପ୍ରଜାତି ବେଙ୍ଗମାନଙ୍କର ସଂପୃକ୍ତ ବାସସ୍ଥାନ ଓ ତାହାର ଆଖପାଖ ଅଞ୍ଚଳର ସଂରକ୍ଷଣ ଉପରେ ଗୁରୁତ୍ବାରୋପ କରୁଛି।