
ଗତକାଲି ମଧ୍ୟ ରାତ୍ରୀରୁ ପଥର ଧସିଥିବାରୁ ରାସ୍ତା ଅବରୋଧ ହୋଇଛି। ଫଳରେ ରାସ୍ତା ଉପରେ ବଡ଼ ବଡ଼ ଖଣ୍ଡ ପଥର ପଡ଼ି ରହିଛି । ଏଥିଯୋଗୁ ରାସ୍ତାର ଉଭୟ ପଟେ ବହୁ ସଂଖ୍ୟାରେ ଗାଡ଼ିମୋଟର ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ମାଟି ଅତଡ଼ା ହଟାଇବା କାମ ଆରମ୍ଭ କରିଛନ୍ତି। ଖୁବ୍ ଶୀଘ୍ର ରାସ୍ତା ସଫା କରାଯାଇ ଗାଡ଼ି ମଟର ଚଳାଚଳ ସ୍ୱାଭାବିକ କରାଯିବ ବୋଲି ଅଧିକାରୀ କହିଛନ୍ତି।