Spread the love

ଆଖୁଆପଦା: ରାଜ୍ୟରେ ଜାରି ରହିଛି ବର୍ଷା। ବୈତରଣୀରେ ପୁଣି ବନ୍ୟା ଆଶଙ୍କା। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ବଢ଼ୁଛି। ବୈତରଣୀରେ ନଦୀରେ ଛୋଟ ଧରଣର ବନ୍ୟା ଆଶଙ୍କା ରହିଛି। ନଦୀର ଉପରମୁଣ୍ଡ ଚମ୍ପୁଆରେ ଗତ ୨୪ ଘଣ୍ଟାରେ ୧୯୨ ମିଲିମିଟର ବର୍ଷା ହୋଇଥିବା ବେଳେ ଆନନ୍ଦପୁର ଠାରେ ବୈତରଣୀ ନଦୀ ବିପଦ ସଂକେତ ପାର କରିଛି। ଲଘୁଚାପ ଜନିତ ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ଆସିବାରୁ ଆନନ୍ଦପୁର ଉପଖଣ୍ଡର ହାଟଡିହି, ଆନନ୍ଦପୁର ସମେତ ଘସିପୁରା ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ସେହିପରି ଆଜି ସକେଳା ୭ଟା ସୁଦ୍ଧା ଆଖୁଆପଦାଠାରେ ଜଳସ୍ତର ବିପଦ ସଙ୍କେତ ଛୁଇଁଛି। ସତର୍କ ସଙ୍କେତ ୧୮.୩୩ ମିଲିମିଟିର ଥିବା ବେଳେ ଏବେ ଜଳସ୍ତର ୧୯.୩୧ ମିଲିମିଟର ରହିଛି।

ଆନନ୍ଦପୁର ରିଙ୍ଗ ରୋଡରେ ସୃଷ୍ଟି ହୋଇଥିବା ଘାଇରେ ବନ୍ୟା ପାଣି ପଶିବା ପରେ ପ୍ରଭାବିତ ହୋଇଛନ୍ତି ଲୋକେ। ସନ୍ଧ୍ୟା ୬ଟା ସୁଦ୍ଧା ବୈତରଣୀ ନଦୀର ଜଳସ୍ତର ସତର୍କ ସଙ୍କେତ ଅତିକ୍ରମ କରିଥିଲା । ସତର୍କ ସଙ୍କେତ ୩୭ ଦଶମିକ ୪୪୫ ମିଟର ଥିବା ବେଳେ ଜଳସ୍ତର ୩୯ ଦଶମିକ ୯୮୦ ମିଟର ଅତିକ୍ରମ କରିଛି । ବୈତରଣୀ ନଦୀରେ ପୂର୍ବରୁ ସୃଷ୍ଟି ହୋଇଥିବା ଘାଇ ଦେଇ ପୁଣି ଥରେ ବନ୍ୟାଜଳ ପଶିବା ଆରମ୍ଭ କରିଛି । ଫଳରେ ନଦୀକୂଳିଆ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି ।

ସେହିଭଳି ଆନନ୍ଦପୁର ପୌରପରିଷଦ ର ୧୩ ନମ୍ବର ୱାର୍ଡ ର ସାଉଁନ୍ତି ସାହି ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ଆନନ୍ଦପୁର ଠାରେ ବିପଦ ସଂକେତ ୩୮.୩୬୦ ମିଟର ଥିବା ବେଳେ ନଦୀ ୪୦.୨୫୦ ମିଟର ରେ ପ୍ରବାହିତ ହେଉଛି। ଅନ୍ୟପଟେ ଖପରାଖାଇ- ପଞ୍ଚପୁଲି ରାସ୍ତାର ଟୁକୁଣା ନିକଟରେ ଥିବା ବିପଦ ସଂକୁଳ ସ୍ବିସ ଗେଟକୁ ନେଇ ରାସ୍ତାରେ ବାଲିବସ୍ତା ପକାଇ ଯାତାୟାତ ବନ୍ଦ କରିଦିଆଯାଇଛି। ବୈତରଣୀର ଜଳସ୍ତର ଉପରେ ଏବେ ପ୍ରଶାସନର ନଜର। ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ନଦୀ ଭିତରକୁ ନଯିବାକୁ ପରାମର୍ଶ ଦିଆଯାଉଛି । ତେବେ ଆଗାମୀ କିଛି ଘଣ୍ଟାରେ ବୈତରଣୀର ଜଳସ୍ତର କେତେ ବଢ଼ୁଛି ଏବଂ ବନ୍ୟା ପରିସ୍ଥିତି କେତେ ଗମ୍ଭୀର ହେଉଛି, ତା’ ଉପରେ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *