
କାହା ନେତୃତ୍ୱରେ ବିଜେଡି ରାଜନୀତି ମଇଦାନକୁ ଓହ୍ଲାଇବ ବୋଲି ମଧ୍ୟ ପ୍ରଶ୍ନ କରିଛି କଂଗ୍ରେସ | ମୁଖ୍ୟମନ୍ତ୍ରୀ ଓଡିଶା ଗସ୍ତ କଲେ ମଧ୍ୟ ଏହାର କିଛି ପ୍ରଭାବ ନିର୍ବାଚନରେ ପଡିବ ନାହିଁ | ୨୪ ବର୍ଷରେ ବେକାରୀ ସମସ୍ୟା, ଆଇନଶୃଙ୍ଖଳା ଭଳି ସ୍ଥିତି ସାଧାରଣ ଲୋକମାନେ ଜାଣିସାରିଲେଣି | ସେମାନେ ଅନୁଭବ କଲେଣି ବିଜେଡି ଏବଂ ବିଜେପିର ବିକଳ୍ପ ହେଉଛି କଂଗ୍ରେସ ଦଳ | ସେହିପରି ୫ଟି ରାଜ୍ୟରେ ଆସିବାର ଥିବା ନିର୍ବାଚନ ଫଳାଫଳ କଂଗ୍ରେସ ସପକ୍ଷରେ ଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ | ସେ କହିଛନ୍ତି ସମସ୍ତ ରାଜ୍ୟରେ କଂଗ୍ରେସ ସରକାର କରିବ | ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଯେଉଁ ପରିଶ୍ରମ କରିଛନ୍ତି ତାହାର ଫଳ ନିଶ୍ଚିନ୍ତ ମିଳିବ | ଏହାଶହ ଏହି ବିଜୟର ପ୍ରଭାବ ସାରା ଭାରତବର୍ଷରେ ପଡିବ | ଓଡ଼ିଶାରେ ମଧ୍ୟ ମତ ପରିବର୍ତନ ହେବ ଓ ୨୦୨୪ରେ କଂଗ୍ରେସ ରାଜ୍ୟରେ ମଧ୍ୟ ସରକାର କରିବ |