
ଉମାକାନ୍ତ ଶତପଥୀ ଆହୁରି କହିଛନ୍ତି, ବର୍ତ୍ତମାନ ସମୟରେ ଦୁର୍ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ୨୭ ମିନିଟ ସମୟ ଲାଗୁଛି। ଆମ ପାଖରେ ସରକାରୀ ଓ ବେସରକାରୀ ଭାବେ ୫୪୩୯ଟି ଆମ୍ବୁଲାନ୍ସ ଅଛି। ଏବେ ୩୪୯ ନୂଆ ଆମ୍ବୁଲାନ୍ସ ଦିଆଯାଇଛି। ତେଣୁ ଏବେ ୨୭ ମିନିଟ ବଦଳରେ ୧୫ ମିନିଟରେ ଆମ୍ବୁଲାନ୍ସ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହ ରାଜ୍ୟର ୧୮ ଟି ବେସରକାରୀ ହସ୍ପିଟାଲରେ ୪୮ ଘଣ୍ଟା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରୁ ରାଜ୍ୟ ଭିତରେ ୧୬ ଓ ବାହାରେ ୨ଟି ହସ୍ପିଟାଲ ରହିଛି। ତେଣୁ ଦୁର୍ଘଟଣା ହେବା ମାତ୍ରେ ସେ ହସ୍ପିଟାଲକୁ ନେଲେ ମାଗଣା ଚିକିତ୍ସା ମିଳିପାରିବ। ଏହାକୁ ନେଇ ଲୋକଙ୍କୁ ସଚେତନ କରାଯାଇଛି। ରାଜ୍ୟରେ ଏବେ ୧୯୫ଟି ବ୍ଲାକ ସ୍ପଟ ରହିଛି। ସେହି ଜାଗାରେ ହିଁ ଆମ୍ବୁଲାନ୍ସକୁ ରଖା ଯାଉଛି। ସ୍ୱାସ୍ଥ୍ୟ ବିଭାଗ ସବୁବେଳେ ଦୁର୍ଘଟଣାଜନିତ ଘଟଣାକୁ ଗୁରୁତ୍ବର ସହ ନେଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛି।