
ସେହିପରି ଆଜି ପୂର୍ବାହ୍ନରେ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ଓଡ଼ିଶା ପକ୍ଷରୁ ସ୍ଥାନୀୟ ଜୟଦେବ ଭବନରେ ‘୧୮୦୪ ପାଇକ ବିଦ୍ରୋହ: ଜୟୀ ରାଜଗୁରୁଙ୍କ ଜୀବନୀ ଓ କାର୍ଯ୍ୟାବଳୀ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଜୟୀ ରାଜଗୁରୁଙ୍କର ତ୍ୟାଗ ଓ ଦେଶପ୍ରେମ ଉପରେ ଆଲୋକପାତ କରିଥିଲେ।
ଆଜି ସକାଳେ ଅନୁଷ୍ଠିତ ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ସହକାରୀ ନିର୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀ, ସୂଚନା ଅଧିକାରୀ ସୌରଭ ନାୟକ, ପ୍ରମୋଦିନୀ ଟେଟେ, ଓଡ଼ିଆ ଭାଷା, ସାହତ୍ୟ ଓ ସଂସ୍କୃତି ବିଭାଗର କର୍ତ୍ତବ୍ୟରତ ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ଲକ୍ଷ୍ମୀଧର ବେହେରା, ସମାଜସେବୀ ବଦି୍ର ମିଶ୍ର, ପ୍ରବୀର ମହାନ୍ତି, ରମେଶ ଚନ୍ଦ୍ର ପାତାଳସିଂହ ପ୍ରମୁଖ ଉପସ୍ଥିତ ଥିଲେ।