
ଓଡ଼ିଶା ଆସିଥିବା ବେଳେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ASI ଏକ ଯୋଗ୍ୟ ସଂସ୍ଥା। ଶ୍ରୀମନ୍ଦିର ନାଟମଣ୍ଡପର ମରାମତିକୁ ନେଇ ହାଇକୋର୍ଟ ଯେପରି ଏକ ଟାଇମ୍ ସିଡ୍ୟୁଲ ଦେଲେ, ସେହିପରି ରତ୍ନଭଣ୍ଡାରକୁ ନେଇ ରାଏ ଦେଇଥିଲେ ଭଲ ହୋଇଥାନ୍ତା। ରତ୍ନଭଣ୍ଡାର ଖୋଲାଯାଉ ତା’ର ଗଣତି ଓ ମରାମତି ହେଉ। ସେଥିପାଇଁ ଏକ କମିଟି ଗଠନ କରାଯାଉ। ଏହା ଓଡ଼ିଆଙ୍କ ଭାବାବେଗର କଥା। ଶ୍ରୀମନ୍ଦିର ପଥରରେ ତିଆରି କରାଯାଇଥିଲା। ସେଥିରେ କୌଣସି ଲୁହା ବିନିଯୋଗ ହୋଇନଥିଲା। ଏବେ ଯେଉଁ ଭଳି ଷ୍ଟେନ୍ଲେସ୍ ଷ୍ଟିଲର ବ୍ୟବହାର କରାଯାଉଛି, ତାହା ନକରାଯାଉ। ASIକୁ ତା’ର ଅନୁସାରେ କାମ କରିବାକୁ ଦିଆଯାଉ। ନିଜେ ଗଜପତି ମହାରାଜା ଦାୟିତ୍ୱ ନେଇ ଆଲୋଚନା ମାଧ୍ୟମରେ ସମାଧାନର ପନ୍ଥା ବାହାର କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ସେ ଆହୁରି କହିଛନ୍ତି, କେନ୍ଦ୍ରାପଡ଼ା, ନୟାଗଡ଼, ଜଗତସିଂହପୁର ଅଞ୍ଚଳର କୁଶଳୀ କାରିଗରମାନେ ୟୁଏଇ ଯାଇ ବିନା ଷ୍ଟିଲ୍ ଷ୍କ୍ରକଚରରେ ମନ୍ଦିର ନିର୍ମାଣ କରିଛନ୍ତି। ଶ୍ରୀମନ୍ଦିର ସମେତ ପ୍ରାଚୀନ ମନ୍ଦିର ଗୁଡ଼ିକର ମରାମତି ଓ ରକ୍ଷଣା ବେକ୍ଷଣ ବିନା ଷ୍ଟିଲ୍ ଷ୍କ୍ରକଚରରେ ମଧ୍ୟ ହୋଇପାରିବ ବୋଲି ସେ କହିଛନ୍ତି। ଗଜଦନ୍ତ ହାତୀ ପଲଙ୍କ ପାଇଁ ଜଙ୍ଗଲ ପରିବେଶ ବିଭାଗ ସହ କଥା ହୋଇ ଉଦ୍ୟମ କରିବେ ବୋଲି ସେ କହିଛନ୍ତି।