
ଓଡ଼ିଶା ସରକାର ଏଥିପାଇଁ ୫ ଜଣ ବରିଷ୍ଠ ଆଇପିଏସଙ୍କ ନାଁ UPSCକୁ ସୁପାରିସ କରିଥିବା କୁହାଯାଉଛି। ସେମାନେ ହେଲେ ବି. ରାଧିକା, ୱାଇ. ବି.
ଖୁରାନିଆ, ଏ.ଏମ୍. ପ୍ରସାଦ, ଅରୁଣ ଷଡ଼ଙ୍ଗୀ ଓ ସୁଧାଂଶୁ ଷଡ଼ଙ୍ଗୀ। ତେବେ ରେସରେ ବି. ରାଧିକାଙ୍କ ନାଁ ସବୁଠୁ ଆଗରେ ରହିଛି। ଯଦି ବି. ରାଧିକା ନୂଆ ପୁଲିସ ଡିଜି ହୁଅନ୍ତି, ତା’ହେଲେ ଓଡ଼ିଶା ପାଇବ ପ୍ରଥମ ମହିଳା ପୁଲିସ ଡିଜି।
୧୯୮୯ ବ୍ୟାଚର ଆଇପିଏସ୍ ଅଫିସର ବି. ରାଧିକା କେନ୍ଦ୍ରୀୟ ଡେପୁଟେସନରେ ଥିଲେ। ତାଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧିକୁ ସମାପ୍ତ କରି କେନ୍ଦ୍ର ସରକାର ନଭେମ୍ବର ୮ ତାରିଖରେ ତାଙ୍କୁ ରାଜ୍ୟ କ୍ୟାଡରକୁ ଫେରାଇ ଦେଇଛନ୍ତି। ସୀମା ସୁରକ୍ଷା ବଳ ଅତିରିକ୍ତ ଡିଜି ଭାବେ ରାଧିକା କାର୍ଯ୍ୟ କରୁଥିଲେ।
୧୯୯୦ ବ୍ୟାଚର ଆଇପିଏସ୍ ୱାଇ. ବି ଖୁରାନିଆ ଏବେ ଇଷ୍ଟର୍ଣ୍ଣ କମାଣ୍ଡ BSFର ସ୍ପେଶାଲ ଡିଜି ଅଛନ୍ତି। ସେହିପରି ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ଅରୁଣ ଷଡ଼ଙ୍ଗୀ। ସୁଧାଂଶୁ ଷଡ଼ଙ୍ଗୀ ହୋମଗାର୍ଡ ଡିଜି ଥିବା ବେଳେ ଜେଲ୍ ଡିଜି ଅଛନ୍ତି ଏ.ଏମ୍. ପ୍ରସାଦ।