
ଇସ୍ରାଏଲକୁ ଟାର୍ଗେଟ୍ କରି ବ୍ୟାପକ କ୍ଷୟକ୍ଷତି ଘଟାଇବା ଏହାର ଉଦ୍ଦେଶ୍ୟ ଥିଲା ବୋଲି କେତେକ ବିଶେଷଜ୍ଞ କହିଛନ୍ତି। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି, ଆମ ଯୁଦ୍ଧ ଜାହାଜକୁ ଟାର୍ଗେଟ୍ କରି ଏହି ମିସାଇଲ ଛଡ଼ାଯାଇଛି ବୋଲି ଆମେ ବିଶ୍ବାସ କରୁନାହୁଁ। ଏହି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ବାରା ବିପଦ ଥିବାରୁ ଏହାକୁ ଖସାଇ ଦିଆଯାଇଛି ବୋଲି ଆମେରିକା ନୌସେନା କହିଛି। ଉଲ୍ଲେଖଯୋଗ୍ୟ, ଇରାନ ସମର୍ଥିତ ହାଉଥି ବିଦ୍ରୋହୀ ଗୋଷ୍ଠୀ ପାଲେଷ୍ଟିନୀୟଙ୍କ ପ୍ରତି ସେମାନଙ୍କ ସମର୍ଥନ ପ୍ରକାଶ କରିଛନ୍ତି ଏବଂ ଇସ୍ରାଏଲ ଉପରେ ବଡ଼ ଆକ୍ରମଣ ଧମକ ଦେଇଛନ୍ତି।