
ପ୍ରାଥମିକ ସୂଚନା ଅନୁସାରେ, ଆସନ୍ତା 24 ଘଣ୍ଟା ଅର୍ଥାତ୍ ରବିବାର ସନ୍ଧ୍ୟା ବେଳକୁ ବାତ୍ୟା ଅତି ଭୀଷଣ ବାତ୍ୟାର ରୂପ ନେବ। ଏହାର ପ୍ରଭାବରେ ୟେମନ ଏବଂ ଓମନର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗର ସୂଚନା ମୁତାବକ, ବର୍ତ୍ତମାନ ବାତ୍ୟା ୟେମନର ସକୋଟ୍ରା ଅଞ୍ଚଳରୁ 670 କିଲୋମିଟର ଦୂରରେ ରହିଛି। 25 ତାରିଖ ସକାଳେ ୟେମନ ଏବଂ ଓମନ ଦେଇ ଗତି କରିବ। ଏହାର ପ୍ରଭାବରେ ମୁମ୍ବାଇ କିମ୍ବା ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳରେ ମାଡ ହେବାର ସମ୍ଭାବନା ରହିଛି। ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ସତର୍କତା ଜାରି କରାଯାଇଛି।