
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମହମୂଦ ଅବ୍ବାସଙ୍କ ସହ ବାର୍ତ୍ତାଳାପରେ ଗାଜାର ଅଲ ଅହଲି ଡାକ୍ତରଖାନାରେ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ନେଇ ମୁଁ ସମବେଦନା ଜଣାଇଛନ୍ତି। ଆମେ ପାଲେଷ୍ଟାଇନବାସୀଙ୍କୁ ମାନବିକ ସହାୟତା ପଠାଇବା ଜାରି ରଖିବୁ। ଆତଙ୍କବାଦ, ହିଂସା ଏବଂ ଏହି ଅଞ୍ଚଳର ନିରାପତ୍ତା ଅବସ୍ଥାକୁ ନେଇ ଆମେ ଆମର ଗଭୀର ଚିନ୍ତା ବାଣ୍ଟିଛୁ। ଇସ୍ରାଏଲ-ପାଲେଷ୍ଟାଇନ ପ୍ରସଙ୍ଗରେ ଆମେ ଭାରତର ଦୀର୍ଘ ଦିନର ନୀତିଗତ ଆଭିମୁଖ୍ୟକୁ ଦୋହରାଇଛୁ।
ସୂଚନାଯୋଗ୍ୟ, ମଙ୍ଗଳବାର ଅଲ ଅହଲି ଡାକ୍ତରଖାନା ବିସ୍ଫୋରଣରେ ୪୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।