
ଭୁବନେଶ୍ଵରରୁ ଗୌହାଟୀ ମାତ୍ର ଦେଢ଼ ଘଣ୍ଟା ଲାଗିବ । ପ୍ରତିଦିନ ବିମାନଟି ଅପରାହ୍ନ ୧ଟା ୨୫ରୁ ଭୁବନେଶ୍ଵର ଛାଡ଼ିବ ଓ ୨ଟା ୫୫ରେ ଗୌହାଟିରେ ପହଞ୍ଚିବ । ସେହିପରି ଏହା ଗୌହାଟୀରୁ ଅପରାହ୍ନ ୩ଟା ୫୦ରେ ବାହାରି ୫ଟା ୨୦ରେ ଭୁବନେଶ୍ୱରରେ ପହଞ୍ଚିବ ।
ଆଗାମୀ ଦିନରେ ଭୁବନେଶ୍ଵର ବିମାନ ବନ୍ଦରରୁ ଜମ୍ମୁ, ଚଣ୍ଡିଗଡ ଓ ସୁରଟକୁ ବିମାନ ଚଳାଚଳ ପାଇଁ ଯୋଜନା ରହିଥିବା ସୂଚନା ଦେଇଛନ୍ତି ଭୁବନେଶ୍ଵର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ।