
ନଭେମ୍ବର ୧୭ ତାରିଖ ଠାରୁ ଏହାର ପ୍ରବେଶ ପାଇଁ ଶେଷ ତାରିଖ ରହିଛି। ଉଭୟ ଓଡ଼ିଆ ଓ ଅଣଓଡ଼ିଆ ଭାଷାରେ ସର୍ଟ ଫିଲ୍ମ କରି ଫିଲ୍ମ ଫେଷ୍ଟିଭାଲରେ ପ୍ରବେଶ କରିପାରିବେ। ୧୬ ଜଣ ଜୁରି ମେମ୍ବର ସବୁ ସର୍ଟ ଫିଲ୍ମକୁ ଜଜ କରିବେ। ବେଷ୍ଟ ଫିଲ୍ମକୁ ଏକ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ। ଅନ୍ୟାନ କ୍ୟାଟେଗୋରିରେ ମଧ୍ୟ ଅର୍ଥ ରାଶି ବିଭାଗ ପକ୍ଷରୁ ପୁରସ୍କାର ରୂପେ ଦିଆଯିବ ବୋଲି ରାଜ୍ୟ ସରକାରଙ୍କ ସଡ଼କ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ପରିବହନ ସଚିବ ଅମିତାଭ ଠାକୁର ଓ ଅଭିନେତା ସବ୍ୟସାଚୀ ମିଶ୍ର କହିଛନ୍ତି।