Spread the love

ଭବାନୀପାଟଣା:ହାତୀ ନଦୀରେ ବନ୍ୟା । କଳାହାଣ୍ଡି ଜୟପାଟଣା ଓ କଲମପୁର ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। । ମଙ୍ଗଳପୁର ଇନ୍ଦ୍ରାବତୀ ଜଳ ଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ହାତୀ ନଦୀକୁ ଛଡ଼ାଯାଇଛି। ଏଥିରେ ୪୧୨ କ୍ୟୁମେକ ବନ୍ୟା ଜଳ ନିଷ୍କାସିତ ହେଉଛି।

ଏବେ ପାଣି ଘେରରେ ପରୁଆଗୁଡ଼ା ଓ ବୁଦେଲବନ୍ଧ ଅଞ୍ଚଳ ରହିଛି । ଚେବେ ପରୁଆଗୁଡ଼ାର ପ୍ରାୟ ୨୦୦ ଲୋକଙ୍କୁ ଆଶ୍ରମ ସ୍କୁଲରେ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି ଓ ସ୍ଥାନାନ୍ତରିତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଓ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି । ପରିସ୍ଥିତି ଉପରେ ପ୍ରଶାସନର ତୀକ୍ଷ୍ଣ ନଜର ରହିଛି । ନଦୀକୂଳବାସୀଙ୍କୁ ସତର୍କ ରହିବା ସହ ନଦୀ ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

ସୂଚନାଥାଉକି, ଶନିବାର ଜିଲାର ଥୁଆମୂଳ ରାମପୁର ରେ ସର୍ବାଧିକ ୩୪୫ ମିଲିମିଟର ରେକର୍ଡ କରାଯାଇଛି। ରବିବାର ମଧ୍ୟ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବାରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

 

Leave a Reply

Your email address will not be published. Required fields are marked *