
ରଞ୍ଜିତ ଗତକାଲି ରାତିରେ ବାର୍ହା ଶିକାର ପାଇଁ କଣପଦା ଜଙ୍ଗଲରେ ବିଦ୍ୟୁତ ତାର ବିଛାଇଥିଲେ। ପରେ ସେ ଜଙ୍ଗଲକୁ ବାର୍ହା ଗୋଡ଼ାଇବାକୁ ଯାଇଥିଲେ। ଜଙ୍ଗଲରେ ବୁଲୁଥିବା ବାର୍ହା ଗୋଡ଼ାଇଲେ ସେମାନେ ଆସି ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବେ ବୋଲି ଭାବିଥିଲେ। ସେଥିପାଇଁ ସେ ଜଙ୍ଗଲରୁ ବାର୍ହାଙ୍କୁ ଗୋଡ଼ାଇବାକୁ ଯାଇଥିଲେ, ନିଜେ ବିଛେଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ।
ଘଟଣାସ୍ଥଳରେ ରଞ୍ଜିତଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନବିଭାଗ କର୍ମଚାରୀ, ବିଦ୍ୟୁତ୍ ବିଭାଗର କର୍ମଚାରୀ ପହଞ୍ଚିଥିଲେ। ପରେ କରେଣ୍ଟ କାଟି ରଞ୍ଜିତଙ୍କୁ ଉଦ୍ଧାର କରିଥିଲେ। ରଞ୍ଜିତ ନିଜେ ଜଣେ ବନ ଜଗୁଆଳି ହୋଇ ନିଜେ ପଶୁପକ୍ଷୀ ଶିକାର କରିବା ସେହି ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି।