କଟକ: ପିଆଜ ଦର ଆକାଶ ଛୁଆଁ । କଟକ ଛତ୍ର ବଜାର ପରିବା ମାର୍କେଟରେ ପିଆଜ କେଜି ରହିଛି ୫୦ଟଙ୍କା । ୩ କେଜିକୁ ୧୪୦ ଟଙ୍କା ରହିଛି। କିଛି ଦିନ ତଳେ ପିଆଜ ୩୫ ଟଙ୍କା ରହିଥିଲା । ହଠାତ ପିଆଜ ଦର କେଜି ପ୍ରତି ୧୫ ଟଙ୍କା ବଢ଼ିଯାଇଛି । ଛତ୍ରବଜାରରେ ୫୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଖୁଚୁରା ବ୍ୟବସାୟୀ ୬୦ ଟଙ୍କାରେ ବିକୁଛନ୍ତି । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପ୍ରାୟ ୩୦ ଟଙ୍କା ବଢ଼ିଯାଇଛି । ଯୋଗାଣ କମିଯିବା ଯୋଗୁ ଖୁଚୁରା ବଜାରରେ ଏହାର ଦର ହଠାତ୍ ଆକାଶଛୁଆଁ ହୋଇଛି । ଦର ବୃଦ୍ଧିର ମୁଖ୍ୟ କାରଣ ନାସିକରେ ଫସଲ ନଷ୍ଟ ବୋଲି କୁହାଯାଉଛି । ଓଡ଼ିଶା ମୁଖ୍ୟତଃ ମହାରାଷ୍ଟ୍ରର ନାସିକ ଉପରେ ନିର୍ଭର କରେ । ସେଠାରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ପିଆଜ ଫସଲ ବ୍ୟାପକ ଭାବେ ନଷ୍ଟ ହୋଇଯାଇଛି । ବନ୍ୟା ପରିସ୍ଥିତି ଯୋଗୁଁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି, ଯାହାଫଳରେ ବଜାରକୁ ପିଆଜ ଆମଦାନୀ ବହୁତ କମିଯାଇଛି ।