
ସୂଚନା ଅନୁସାରେ, ଆଜି ସକାଳେ ମହାପ୍ରୟାଣ ଗାଡିଟି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ଶବକୁ ନେଇ ବାଲିଗୁଡା ବ୍ଲକର ବାଟାଗୁଡ଼ା ଗାଁକୁ ଯାଇଥିଲା। ଶବ ଛାଡି ଫେରିବା ସମୟରେ ତେଲିମୁଣ୍ଡା ଛକ ନିକଟରେ ଗାଡ଼ିଟି ଭରସାମ୍ୟ ହରାଇ ନଦୀ ଭିତରକୁ ଖସି ପଡ଼ିଥିଲା। ତେବେ ସେହି ସମୟରେ ଜଣେ ବ୍ୟକ୍ତି ସେହି ରାସ୍ତା ଦେଇ ଯାଉଥିଲେ।
ଗାଡ଼ିଟି ନଦୀକୁ ଖସିବା ଦେଖି ସେ ଡିଆଁ ମାରି ଦେଇଥିଲେ। ନଦୀ ଭିତରୁ ଡ୍ରାଭରକୁ ଉଦ୍ଧାର କରିଥିଲେ। ଡ୍ରାଇଭରର ଅବସ୍ଥା ଗୁରୁତର ରହିଛି। ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।