
ବରଗଡ଼ ଜିଲ୍ଲା ଭଟଲି ଥାନା ଏସ୍ଆଇ ପଦ୍ମାବତୀ ମିର୍ଦ୍ଧାଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଜାଣିବାକୁ ପାଇଥିଲା ଯେ, ଅର୍ଥ ଲୋଭରେ ଅଭିଯୁକ୍ତମାନେ ନକଲି ଜାତିଗତ ପ୍ରମାଣ ପତ୍ର, ସ୍ଥାୟୀ ପ୍ରମାଣ ପତ୍ର ଓ ଚରିତ୍ର ପ୍ରମାଣ ପ୍ରସ୍ତୁତ କରୁଥିଲେ। ଉତ୍ତର ପ୍ରଦେଶର ୩ ଅଭିଯୁକ୍ତଙ୍କୁ ରାଜସ୍ବ ନିରୀକ୍ଷକ ଶ୍ରୀ ଶତପଥୀ ଓ ସରପଞ୍ଚ ଶ୍ରୀ ଦୋରା ସହଯୋଗ କରୁଥିଲେ। ପୁଲିସ ତଦନ୍ତରେ ସମୟରେ କିଛି ପ୍ରମାଣକୁ ଭିତ୍ତି କରି ସୁକୁଡ଼ା ଆରଆଇ ସନ୍ଦୀପ ଶତପଥୀ, ସୁକଡ଼ା ସରପଞ୍ଚ ମନୋରଞ୍ଜନ ଦୋରା, ଉତ୍ତରପ୍ରଦେଶର ବୀରପାଲ ସିଂ, ବବଲେଶ କୁମାର ଓ ରବିକାନ୍ତଙ୍କୁ ଗିରଫ କରିଛି।
ପୁଲିସ ଜାଣିବାକୁ ପାଇଛି ଯେ, ଉତ୍ତର ପ୍ରଦେଶ କସଗଞ୍ଜ ଜିଲାର ତିନି ଜଣ ଯୁବକ ଭଟଲି ଥାନା ଅନ୍ତର୍ଗତ ସୁକୁଡ଼ାର ଆର ଆଇ ଓ ସରପଞ୍ଚଙ୍କୁ ମୋଟା ଅଙ୍କର ଅର୍ଥ ଦେଇ ନିଜ ନାମରେ ସ୍ଥାୟୀ ନିବାସ, ଚରିତ୍ର ଓ ଜାତିଗତ ପ୍ରମାଣ ପତ୍ର ନେଇ ସରକାରୀ ଚାକିରି ପାଇଁ ଆବେଦନ କରିଥିବା ବେଳେ ଯାଞ୍ଚ ସମୟରେ ଧାରା ପଡ଼ିଥିଲେ।