
ଓଡ଼ିଶା ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କହିଛନ୍ତି, ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଓ ମିସନଶକ୍ତି ମହିଳାମାନେ ଗାଁ ଗାଁରେ ଲୋକଙ୍କୁ ସାଇବର ଅପରାଧ ନେଇ ସଚେତନ କରିବେ। ଏମାନଙ୍କ ସହାୟତାରେ ରାଜ୍ୟ ପୁଲିସ ଲୋକଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ କରିବା ପାଇଁ ଯୋଜନା କରିଛି। ଆସନ୍ତା ୩୦ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ ସାଇବର ରଥ ଗଡ଼ିବ। ସାଇବର ସଚେତନତା ପାଇଁ ପ୍ରସ୍ତୁତ କରାଯାଇଥିବା ୨୨ଟି ଭିଡିଓକୁ ଏଲଇଡିରେ ପ୍ରଦର୍ଶନ କରାଯିବ। ଆଜି ଏଥିପାଇଁ ସାଇବର ସୁରକ୍ଷା ଗୀତ ଓ ଲୋଗୋର ଉନ୍ମୋଚନ କରାଯାଇଛି। ସାଇବର ସୁରକ୍ଷା ଅଭିଯାନ ଲୋଗୋର ଉନ୍ମୋଚନ ଲୋଗୋର ନାମ ସାଇରା, ଯାହାକି ସାଇବର ସହ ଇରାୱଡି ଡଲଫିନର ନାମକୁ ମିଶାଇ କରାଯାଇଛି। ଇରାବତି ଡଲଫିନ ଯାହାକି ସ୍ମାର୍ଟ ଓ ଇଣ୍ଟେଲିଜେଣ୍ଟର ପ୍ରତୀକ। ତାହାକୁ ଏଠାରେ ଲୋଗୋରେ ସ୍ଥାନ ଦିଆଯାଇଛି। ଏହାସହ ମାର୍ଗଦର୍ଶିକାକୁ ମଧ୍ୟ ଉନ୍ମୋଚନ କରାଯାଇଛି।