
ବଜ୍ରପାତ ସମ୍ପର୍କରେ ଆଗୁଆ ସୂଚନା ପାଇବା ପାଇଁ ପାଣିପାଗ ବିଭାଗକୁ ସାଟେଲାଇଟ ଏବଂ ଭୂପୃଷ୍ଠ ଷ୍ଟେସନଗୁଡିରେ ଲାଗିଥିବା ବ୍ୟବସ୍ଥା ଉପରେ ନିର୍ଭର କରିବାକୁ ପଡିଥାଏ ।ହେଲେ ଭାରତୀୟ ସାଟେଲାଇଟରେ ଲାଇଟନିଂ ଡିଟେକ୍ସନ ସିଷ୍ଟମ ନଥିବାରୁ ଭାରତ ୟୁରୋପିୟ ସାଟେଲାଇଟରୁ ଏହି ତଥ୍ୟ ସଂଗ୍ରହ କରିଥାଏ । ଏବେ ନିଜସ୍ୱ ସାଟେଲାଇଟରେ ଏହି ବ୍ୟବସ୍ଥା କରିବାକୁ ଯାଉଛି ଭାରତ ।
ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ଦିନକୁଦିନ ବଢି ବଢି ଯାଉଥିବାବେଳେ ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ବଡ ପଦକ୍ଷେପ ନିଆଯିବାର ଯୋଜନା ରହିଛି । ଏହି ଅଭିଯାନ ଅନୁସାରେ, ପ୍ରତି ପଞ୍ଚାୟତ ସ୍ତରରେ ଲୋକଙ୍କୁ ଏଥିନେଇ ସଚେତନ କରାଯିବ । ଏହି ଅଭିଯାନରେ ରାଜ୍ୟ ସରକାର କେନ୍ଦ୍ରକୁ ସହଯୋଗ କରିବେ ।
Post Views: 6