
ଖବର ମୁତାବକ, ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ସ୍କର୍ପିଓରେ ସମୁଦାୟ ୧୨ ଜଣ ବିହାରର କୈମୁର ଅଞ୍ଚଳର କୁଡାରୀ ଗାଁକୁ ଫେରୁଥିଲେ। ଗାଡ଼ିରେ ଥିବା ସମସ୍ତେ ଏକ ପରିବାରର ବୋଲି ଜଣାଯାଇଛି। ଗାଡ଼ିଟି ଶିବସାଗର ଅଞ୍ଚଳରେ ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ବସିଥିଲା। ଏହାପରେ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ତଳେ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣ ଆଖି ବୁଜିଥିବା ବେଳେ ୪ ଜଣ ଗୁରୁତର ହୋଇ ପଡ଼ିଛନ୍ତି। ଡ୍ରାଇଭରକୁ ନିଦ ଲାଗିଥିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଛି ବୋଲି କୁହାଯାଉଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କର୍ପିଓ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଛି । ସ୍କର୍ପିଓ ଟ୍ରକ ତଳେ ପଶିଯିବାରୁ ସେମାନଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡିଥିଲା ।
ସୁନ୍ଦେଶ୍ୱର ଶର୍ମା ନିଜ ପରିବାର ସହିତ ବୋଦଗୟାରୁ ନିଜ ଗାଁ କୈମୁରକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ସ୍କର୍ପିଓ ଡ୍ରାଇଭରଙ୍କୁ ନିଦ ଲାଗିଯିବାରୁ ଏଭଳି ଘଟଣା ଘଟିଛି । ଘଟଣା ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଗୁରୁତର ଆହତଙ୍କୁ ହସପିଟାଲରେ ଚିକିତ୍ସା କରାଯାଉଛି । ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି । ସେମାନଙ୍କ ମୃତ୍ୟୁରେ ପରିବାର ଏବଂ ଗାଁରେ ଶୋକାକୁଳ ପରିବେଶ ରହିଛି ।
Post Views: 8