Spread the love

ବାଂଲାଦେଶ : ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଦିନ ସମ୍ବିଧାନର ଧାରା ୫୦(୩) ଅଧିନରେ ସଂସଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ କର୍ଯ୍ୟକାଳ ୨୦୨୮ରେ ସମାପ୍ତ ହେବାର ଥିଲା । କିନ୍ତୁ ଏହାପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ବଙ୍ଗାଳୀ ଭାଷାରେ ଏକ ଚିଠି ଲେଖି ବଙ୍ଗଭବନ ଲେଟର ହେଡ ଥିବା ୭୬ ବର୍ଷୀୟ ଶାହବୁଦ୍ଦିନ ଖରାପ ସ୍ବାସ୍ଥ୍ୟ ଯୋଗୁଁ ଇସ୍ତଫା ଦେଇଥିବା କହିଛନ୍ତି ।

ସେ ଚିଠିରେ ହାର୍ଟ ସମସ୍ୟା, ଉଚ୍ଚ ରକ୍ତଚାପ, ସୁଗାର, କିଡନୀ ଏବଂ ବାଇପାସ୍ ସର୍ଜରୀ ଦର୍ଶାଇଛନ୍ତି । ଦୀର୍ଘଦିନ ଧରି ଚାଲିବାକୁ ଥିବା ଚିକିତ୍ସା କାରଣରୁ ପଦରେ ରହିବା ଅସମ୍ଭବ ବୋଲି କହିଛନ୍ତି । ୨୦୨୪ରେ ବିଦ୍ରୋହ ପରେ ଦେଶରେ ଉତ୍ପନ୍ନ ହୋଇଥିବା ସାମ୍ବିଧାନିକ ସଙ୍କଟରୁ ଦେଶକୁ ରକ୍ଷା କରିବାରେ ନିଜର ଯୋଗଦାନ ବିଷରେ ଚିଠିରେ ଲେଖିଛନ୍ତି ।

ବାଂଲାଦେଶରେ ଏବେ ବିଏନପି ସରକାର ରହିଛି । ପୂର୍ବ ପ୍ରଧାନମନ୍ତ୍ରୀ ଖାଲିଦା ଜିୟାଙ୍କ ପୁଅ ତାରିକ ରହମାନ ପ୍ରଧାନମନ୍ତ୍ରୀ ରହିଛନ୍ତି । ଶେଖ ହସିନା ଏବଂ ତାରିକ ରହମାନ ବାଂଲାଦେଶର ରାଜେନୖତିକ ପ୍ରତିଦ୍ବନ୍ଦ୍ବୀ । ନିକଟରେ ଶେଖ ହସିନା ବାଂଲାଦେଶ ଫେରିବେ ବୋଲି ଘୋଷଣା କରିଥିଲେ । ଶାସନ ପରିବର୍ତ୍ତନ ହେବା ପରେ ଢାକା ଛାଡି ଭାରତ ପଳାଇ ଆସିଥିଲେ ।

ନିକଟରେ ଗତକିଛି ଦିନ ହେଲାଣି ରାଷ୍ଟ୍ରପତିଙ୍କ ଇସ୍ତଫାକୁ ନେଇ ଆକଳନ କରାଯାଉଥିଲା । ତେବେ ତାଙ୍କ ଉପରେ ଶେଖ ହସିନାଙ୍କ ସହିତ ଫୋନରେ ଯୋଗାଯୋଗ କରୁଥିବା ନେଇ ଅଭିଯୋଗ ରହିଛି । ମଇ ୨୦୨୬ରେ ଲଣ୍ଡନରେ ଚିକିତ୍ସା ହେବା ସମୟରେ ଏମାନେ ଫୋନରେ କଥାବର୍ତ୍ତା ହୋଇଥିଲେ । କିନ୍ତୁ ଏହା କେତେ ମାତ୍ରାରେ ସତ ତାହା ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *