
ଜେସିକାଙ୍କ ପିତାମାତା ଉଭୟ ନିଜ ନିଜ କାମରେ ଯାଉଥିବା ବେଳେ ସେ କିନ୍ତୁ ନିୟମିତ ଭାବେ ସ୍କୁଲ ଯାଉ ନ ଥିଲେ। ଗତ ୩ ମାସରେ ସେ ମାତ୍ର ୬ ଦିନ ସ୍କୁଲ ଯାଇଥିବା ଜଣାଯାଇଛି। ଏ ସମ୍ପର୍କରେ ସ୍କୁଲ ପକ୍ଷରୁ ତାଙ୍କ ମା’ଙ୍କୁ ଏ ନେଇ ଅବଗତ କରାଯାଇଥିଲା। ଗତ ମଙ୍ଗଳବାର ସକାଳେ ଜେସିକାଙ୍କ ପିତାମାତା ଉଭୟ ନିଜ ନିଜ କାମରେ ପଳାଇ ଯାଇଥିଲେ। ଏହାପରେ ଜେସିକା ସ୍କୁଲ ପାଇଁ ଘରୁ ବାହାରିଥିଲେ ବି ସ୍କୁଲ ନ ଯାଇ ଘରକୁ ଫେରି ଆସିଥିଲେ। ଏହାପରେ ସେ ନିଜ ଆପାର୍ଟମେଣ୍ଟର ୧୨ ମହଲା ଉପରୁ ଚଢ଼ି ଯାଇ ତଳକୁ ଡେଇଁ ପଡ଼ିଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଜେସିକାଙ୍କ ପିତାମାତା ପହଞ୍ଚିଥିବା ବେଳେ ସେମାନେ ଝିଅର ମୃତ୍ୟୁକୁ ସହଜେ ଗ୍ରହଣ କରି ପାରୁ ନାହାନ୍ତି । ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଖଉବ୍ ଶୀଘ୍ର ମୃତ୍ୟୁ ପଛର କାରଣ ଜଣାପଡ଼ିବ ବୋଲି କହିଛି।
Post Views: 6