Spread the love

ପୁରୀ : ଗୁରୁବାର ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷାବନ୍ଧନ ଉତ୍ସବ ଓ ବଳଭଦ୍ର ଜନ୍ମ। ବଡଭାଇ ପ୍ରଭୁ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା। ଏଥିପାଇଁ ରାକ୍ଷୀ ପ୍ରସ୍ତୁତିରେ ଲାଗି ପଡିଛନ୍ତି ପାଟରା ବିଷୋୟୀ ସେବାୟତ। ଟାରୋଟି ବଡ଼ ରାକ୍ଷୀ ସହ ପ୍ରସ୍ତୁତ ହେଉଛି ଗୁଆମାଳ। ରଙ୍ଗବେରଙ୍ଗର ବାସୁଙ୍ଗା ପାଟରେ ପ୍ରସ୍ତୁତ ହେଉଛି ରାକ୍ଷୀ। ବଳଭଦ୍ରଙ୍କ ପାଇଁ ବାଇଗଣୀ-ନୀଳ ଓ ଜଗନ୍ନାଥଙ୍କ ପାଇଁ ହଳଦିଆ-ନାଲି ରଙ୍ଗର ୨ଟି ଲେଖାଏଁ ରାକ୍ଷୀ ପ୍ରସ୍ତୁତ କରାଯାଉଛି।

ଏହାଛଡା ପାର୍ଶ୍ବ ଦେବାଦେବୀଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରାଯାଉଛି। ଗହ୍ମା ପୂର୍ଣ୍ଣମୀ ଦିନ ଉତ୍କଳୀୟ ପରମ୍ପରା ଅନୁସାରେ ଭଉଣୀ ଭାଇ ହାତରେ ସ୍ନେହର ଡୋରି ବାନ୍ଧିଥାଏ। ଶ୍ରୀମନ୍ଦିରରେ ମଧ୍ୟ ଭଉଣୀ ସୁଭଦ୍ରା ଏହି ଦିନ ବଡ଼ଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବାର ପରମ୍ପରା ଯୁଗ ଯୁଗ କାଳରୁ ରହି ଆସିଛି।

Leave a Reply

Your email address will not be published. Required fields are marked *