Spread the love

କଂଗ୍ରେସ ଦଳରେ ଯୋଗ ଦେବେ ପୂର୍ବତନ ଅନ୍ତର୍ଜାତୀୟ ହକି ତାରକା ପ୍ରବୋଧ ତିର୍କୀ। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ସେ ଦଳରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଥିବା କହିଛନ୍ତି। ଦଳରେ ଯୋଗଦାନ ନେଇ ସେ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ବରରେ କଂଗ୍ରେସରେ ଯୋଗ ଦେବା ପରେ ସେ ନୂଆଦିଲ୍ଲୀ ଯାଇ ବରିଷ୍ଠ ନେତାଙ୍କୁ ଭେଟିବେ ବୋଲି କହିଛନ୍ତି।

କିଛି ଦିନ ତଳେ କଂଗ୍ରେସର ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା ବ୍ଲକ ଅଫିସ ଘେରାଓରେ ସାମିଲ ହୋଇଥିଲେ ପ୍ରବୋଧ ତିର୍କୀ। ତଳସରରା ନିର୍ବାଚନ ମଣ୍ଡଳୀର ସମସ୍ୟା ନେଇ ସେ ପ୍ରତିକ୍ରିୟାରେ କହିଛନ୍ତି। ପ୍ରଥମେ ଅନ୍ତର୍ଜାତୀୟ ହକି ଓ ପରେ ଏୟାର ଇଣ୍ଡିଆରୁ ସ୍ବେଚ୍ଛାକୃତ ଅବସର ନେଇ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ପ୍ରବୋଧ ତିର୍କୀ।

Leave a Reply

Your email address will not be published. Required fields are marked *