Spread the love

ପୁରୀ: ପୁଣି ମଝି ଚିଲିକାରେ ଫସିଲା ଯାତ୍ରୀବାହି ଡଙ୍ଗା । ଯାନ୍ତ୍ରୀକ ତ୍ରୁଟି କାରଣରୁ ଚିଲିକା ମଝିରେ ଫସିଲା ଡଙ୍ଗା। ଡଙ୍ଗାଟି ୫୦ ଜଣ ଯାତ୍ରୀଙ୍କୁ ନେଇ ସାତପଡ଼ାରୁ ଜହ୍ନିକୁଦାକୁ ଯାଉଥିଲା। ହେଲେ ଡଙ୍ଗାର ମେସିନରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଫଳରେ ଡଙ୍ଗା ଚିଲିକା ମଝିରେ ସେମିତି ଅଟକି ରହିଥିଲା।

ସୂଚନା ଅନୁସାରେ ଡଙ୍ଗାରେ ଯାତ୍ରୀଙ୍କ ବ୍ୟତୀତ ୧୦ରୁ ଅଧିକ ବାଇକ, କିଛି ସାଇକେଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଥିଲା। ସତପଡା ଠାରୁ ପ୍ରାୟ ଦେଢ଼ କିଲୋମିଟର ଯାତ୍ରା କରିବା ପରେ ଡଙ୍ଗାରେ କିଛି ଯାନ୍ତ୍ରୀକ ତୃଟି ଦେଖାଯାଇଥିଲା। ଦୀର୍ଘ ସମୟ ଧରି ଡଙ୍ଗାଟି ମଝି ଚିଲିକାରେ ଅଟକି ଥିଲା। ଫଳରେ ଯାତ୍ରୀଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ତୁରନ୍ତ ପଦକ୍ଷେପ ନେଇଛନ୍ତି।

Leave a Reply

Your email address will not be published. Required fields are marked *