
ସୂଚନା ଅନୁସାରେ ଆଜି ଭୋର ସମୟରେ କଳିଙ୍ଗା ପଞ୍ଚାୟତ ପାଳଚକଡା ଗାଁର ବଳରାମ ସରଙ୍କ ସ୍ତ୍ରୀ ଊର୍ମିଳା ସର ଝିଅ ସୁମିତ୍ରା ସହିତ ଆଜି ସରବନ୍ଧକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ମାଙ୍କଡ଼ ଦଳ ଉଭୟ ମା ଝିଅଙ୍କୁ ଆକ୍ରମଣ କରିଥିଲେ । ଭୟରେ ଝିଅ ପାଣିକୁ ଡେଇଁ ପଡ଼ିଥିଲା। ପୋଖରୀରେ ପାଣି ଭରି ରହିଥିବାରୁ ମା ଊର୍ମିଳା ଝିଅକୁ ବଞ୍ଚାଇ ପାରି ନଥିଲେ। ଝିଅ ସୁମିତ୍ରା ଅଷ୍ଟମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡିଛି।
Post Views: 7