
ଡାକ୍ତରଖାନା ପକ୍ଷରୁ ଦିଆଯାଉଥିବା ସୁବିଧା ଓ ରୋଗୀସେବା କିପରି ଚାଲିଛି ସେନେଇ ଉଭୟ ରୋଗୀ ଓ ଡାକ୍ତରଙ୍କୁ ପଚାରି ବୁଝିଥିଲେ । ରାତି ପ୍ରାୟ ୯ଟାରେ ଡାକ୍ତରଖାନାର ବିଭିନ୍ନ ଓ୍ବାର୍ଡ ବୁଲିବା ସହ ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ଡାକ୍ତରଖାନା ପରିସରକୁ ଅଧିକ ସଫା ସୁତରା ରଖିବାକୁ ସିଡିଏମଓଙ୍କୁ ପରାମର୍ଶ ଦେଇଥିଲେ 5T ସଚିବ । ଏହାପରେ ଆଦର୍ଶ ଥାନାକୁ ଯାଇ ଷ୍ଟେସନ ଡାଇରୀ ଦେଖିଥିଲେ ।
ଏହାପରେ ୫-ଟି ସଚିବ ଭିକେ ପାଣ୍ଡିଆନ୍ ଟାଉନ୍ ଥାନାରେ ପହଞ୍ଚିଥିଲେ । ସେଠାରେ ଶ୍ରୀ ପାଣ୍ଡିଆନ୍ ମୋ ସରକାର କାର୍ଯ୍ୟକ୍ରମ ଅଧିନରେ ଫୋନ୍ରେ ଆସୁଥିବା ମାମଲା ପଞ୍ଜିକୃତ ହେଉଛି କି ନାହିଁ ତାହା ଅନୁଧ୍ୟାନ କରିଥିଲେ । ସେହିପରି ମାମଲା ପଞ୍ଜିକୃତ ହେବା ପରେ ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଉଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରିଥିଲେ ।ଏପରିକି ଥାନାରେ କେହି ତାଙ୍କୁ ଲାଞ୍ଚ ମାଗିଥିଲେ କି ବୋଲି ମଧ୍ୟ ଏତଲାକାରୀଙ୍କ ଠାରୁ ପଚାରି ବୁଝିଥିଲେ । ତେବେ ଚାରି ଜଣ ଯାକ ଅଭିଯୋଗକାରୀ ଥାନା କର୍ମଚାରୀଙ୍କ ସେବାରେ ସନ୍ତୁଷ୍ଟ ଅଛନ୍ତି ବୋଲି ପ୍ରକାଶ କରିଥିଲେ । ଆଜି ଦିନ ୧୦ଟା ବେଳେ ପୁଣି ଗଞ୍ଜାମ ଗସ୍ତ କରିବେ 5T ସଚିବ ।
Post Views: 5