Spread the love

 

ଆନନ୍ଦପୁର : ଆନନ୍ଦପୁର ପୋଲିସର ବିଚିତ୍ର ନୀତି । କଙ୍ଗାରୁ କୋର୍ଟରେ ବନ୍ଧା ହୋଇ ମାଡ଼ ଖାଇଥିବା ଯୁବକଙ୍କୁ କୋର୍ଟ ଚାଲାଣ କରିଥିବା ଅଭିଯୋଗ । ପୁଅକୁ ଉଦ୍ଧାର କରିବା ପାଇଁ ଯାଇଥିବା ମାଆକୁ ମଧ୍ୟ ମାଡ ମରାଯାଇଥିବା ନେଇ ଅଭିଯୋଗ ହୋଇଛି । ତେବେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ଦେଇଥିବା ଏବଂ ରାସ୍ତାରେ ମାଡ଼ ମାରୁଥିବାର ଭିଡିଓ ହେବେ ସୋସିଅଆଲ୍ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଏଭଳି ଏକ ଘଟଣା ଘଟିଛି ଆନନ୍ଦପୁର ଥାନା ବୀରବଲ ନିକଟରେ । ଅଭିଯୋଗ ଅନୁଯାୟୀ ଗତକାଲି ସକାଳେ ଆନନ୍ଦପୁର ଥାନା ବାଙ୍ଖିଡି ଗ୍ରାମର ଭାନୁମତୀ ଜେନାଙ୍କ ପୁଅ ଶ୍ରୀତମ ଜେନାଙ୍କୁ ବୀରବଲ ଗ୍ରାମର କିଛି ଯୁବକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟୁଥିବା ନେଇ ପରିବାର ଲୋକେ ଖବର ପାଇଥିଲେ । ଖବର ପାଇ ଶ୍ରୀତମଙ୍କ ମା ତୁରନ୍ତ ସେଠାରେ ପହଞ୍ଚି ପୁଅକୁ ଛାଡି ଦେବା ପାଇଁ ନେହୁରା ହୋଇଥିଲେ। ପୁଅ କୁ ଛାଡି ଦେବା ବଦଳରେ ମା ଭାନୁମତୀଙ୍କୁ ବି ସମ୍ପୃକ୍ତ ଯୁବକ ମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିବା ନେଇ ଭାନୁମତୀ ଆନନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି । ଏହାସହିତ ପରବର୍ତ୍ତୀ ସମୟରେ ପୋଲିସ୍ ଘଟଣାସ୍ଥଳରୁ ଶ୍ରୀତମକୁ ଉଦ୍ଧାର କରି କୋର୍ଟ ଚାଲାଣ କରିଥିବା ପରିବାର ଲୋକେ କହିଛନ୍ତି ।

ଶ୍ରୀତମ ମାଙ୍କ ଅଭିଯୋଗକୁ ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ କରାଯାଇନାହିଁ। ଅନ୍ୟପକ୍ଷରେ ପୋଲିସ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ ଜଣେ ମହିଳାଙ୍କ ଅଭିଯୋଗ ଆଧାରରେ ଜ.ଣେ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଶ୍ରୀତମ ମାଙ୍କ ଅଭିଯୋଗ ଗ୍ରହଣ କରି ଆଉ ଏକ ମାମଲା ରୁଜୁ କରିଥିବା ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କହିଛନ୍ତି ।

ଆପଣ ବିଭିନ୍ନ ସମୟରେ ଶୁଣିଥିବେ ଗଣମାଧ୍ୟମରେ ଖାପ ପଞ୍ଚାୟତ, କଙ୍ଗାରୁ କୋର୍ଟ ଭଳି ଘଟଣା । ତେବେ ଏସବୁ ଘଟଣା ଘଟେ ପ୍ରାୟତଃ ଯେଉଁଠାରେ ପ୍ରଶାସନ କି ପୋଲିସ ପହଞ୍ଚି ପାରେ ନାହିଁ । କିନ୍ତୁ ଥରେ ଚିନ୍ତା କରନ୍ତୁ ତ ପାଖରେ ଥାନା ଥାଇ ବି ଯଦି ଏଭଳି ଘଟଣା ଘଟେ ତେବେ କଣ କରାଯିବ ? ଯୁବକ ଜଣଙ୍କ ଯାହାବି ଭୁଲ୍ କରିଛନ୍ତି ତାଙ୍କୁ ପୋଲିସ୍ ଜିମା ଦେବା ବଦଳରେ ଏଭଳି ଆଇନକୁ ହାତକୁ ନେବା କେତେ ଯୁକ୍ତିଯୁକ୍ତ?

Leave a Reply

Your email address will not be published. Required fields are marked *