
ଗତ ଜୁନ ୫ ତାରିଖରେ ବୋହୂ ରଶ୍ମିତା ରୁଟି କରୁଥିବା ବେଳେ ରୁଟିଟି ପୋଡ଼ିଯିବାରୁ ସେହି ଟାୱାରେ ବୋହୂକୁ ଚେଂକ ଦେଇଥିଲେ ଶାଶୁ । ଏନେଇ ଝିଅ ଘର ଲୋକ ଜାଣିବା ପରେ ରଶ୍ମିତାଙ୍କୁ ଆଣି ଚିକିତ୍ସା କରିବା ସହ ଜୁଲାଇ ମାସ ୯ ତାରିଖରେ ଭୂବନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଆଜି ଭୂବନ ପୋଲିସ ଜଗତସିଂହପୁର ଉଗ୍ରତାରା କଲୋନୀରୁ ଉଭୟ ଶାଶୁ ଓ ସ୍ବାମୀଙ୍କୁ ଗିରଫ କରିଛି । ଶାଶୁ ସୁପ୍ରଭା ଜେନା ଜଗତସିଂହପୁର କଲେଜରେ ଅଧ୍ୟାପିକା ଭାବେ କାର୍ଯ୍ୟ କରନ୍ତି ।
Post Views: 7