
ସୂଚନା ଅନୁସାରେ, ଦିନେଶଙ୍କ ଘର ଆଗରେ ଦୀପିକା ଧାରଣାରେ ବସିଥିଲେ । ଗତକାଲି ରାତି ପ୍ରାୟ ୮.୪୫ ରୁ ୯ଟା ଭିତରେ ସେ ଗ୍ୟାରେଜ ଭିତରେ ଥିବା ଟୟେଲେଟକୁ ଯାଇଥିଲେ । ସେହି ସମୟରେ ଦିନେଶଙ୍କ ପରିବାର ଲୋକେ ତାଙ୍କୁ ଗ୍ୟାରେଜ ବାହାରୁ ତାଲା ପକାଇ ଦେଇଥିବା ଦୀପିକା ଥାନାରେ ଅଭିଯୋଗ କରିଛନ୍ତି । ଅଧଘଣ୍ଟା ଧରି ସେ ଭିତରେ ରହି ଚିତ୍କାର କରିଥିଲେ । ସୂଚନା ପାଇ ବଡ ବଜାର ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା ।
ସୂଚନାଯୋଗ୍ୟ ଯେ, ପୁଅକୁ ବାପାର ହକ ଓ ବୋହୂର ମାନ୍ୟତା ଦାବିରେ ପ୍ରେମିକ ଦିନେଶଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ଦୀପିକା । ଗତବର୍ଷ ପ୍ରାୟ ୬ ମାସ କାଳ ପ୍ରେମିକର ଘର ଆଗରେ ଧାରଣାରେ ବସିଥିଲେ ସେ । ମାତ୍ର ନ୍ୟାୟ ମିଳିବା ଆଶାରେ ଧାରଣାରୁ ଉଠିଯାଇଥିଲେ । କିନ୍ତୁ ନ୍ୟାୟ ମିଳିବା ବିଳମ୍ବିତ ହେଉଥିବା କାରଣରୁ ସେ ବାଧ୍ୟ ହୋଇ ପୁଣି ଧାରଣାରେ ବସିଥିବା କହିଛନ୍ତି । ଏବେ ଦୀପିକାଙ୍କ କେସ ହାଇକୋର୍ଟରେ ବିଚାରାଧୀନ ରହିଛି।
Post Views: 6