
ଦଶରଥପୁର ବ୍ଲକ୍ କମାରଢିହି ପଞ୍ଚାୟତ ଅନ୍ତର୍ଗତ ବଳରାମପୁର ନିକଟରେ ଗତକାଲି ବୈତରଣୀ ନଦୀବନ୍ଧର ପ୍ରାୟ ୨୦୦ ଫୁଟ ଧସି ଯାଇଥିଲା।ନଦୀ ବନ୍ଧଟି ଧସିବା ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ନିମ୍ନମାନର କାମ ଯୋଗୁଁ ଏଭଳି ହୋଇଥିବା ଅଭିଯୋଗ ହୋଇଛି । ପ୍ରତିବର୍ଷ ନଦୀ ବନ୍ଧ ମରାମତି ନାଁରେ ଜଳ ସଂପଦ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଚଳିତ ବର୍ଷ ବୈତରଣୀ ନଦୀବନ୍ଧ ସୁଦୃଢ଼ି କରଣ ପାଇଁ ପ୍ରାୟ ୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଠିକାଦାର ନିହାର ମାନ୍ଧାତା ବନ୍ଧ ସଂପ୍ରସାରଣ କାର୍ଯ୍ୟ କରାଇଛନ୍ତି । ହେଲେ ନଦୀ ବନ୍ଧ ତଳୁ ମାଟି କାଢି ବନ୍ଧ ଉପରେ ପକାଯାଇଛି । ବାଲିଆ ମାଟିିରେ କାର୍ଯ୍ୟ କରିବା ସହ ଠିକ ଭାବରେ ରୋଲିଂ କରାଯାଇନାହିଁ । ତେଣୁ ବନ୍ଧ ଧସିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।
Post Views: 6