Spread the love

କୁହାଯାଏ ବେଳେ ବେଳେ ଭାଗ୍ୟ ଖୋଲିଯାଏ, ଝୁପୁଡିରେ ରହୁଥିବା ଲୋକ ବି ରାଜ ପ୍ରାସାଦ ପାଏ। ଖୁବ୍ କ୍ୱଚିତ୍ ଲୋକଙ୍କ ଭାଗ୍ୟରେ ଏପରି ଲଟେରୀ ଲାଗେ। ଆଉ ଏହି କୋଚିତଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଏକ ପୌରପାଳିକା ସଫେଇ କାର୍ଯ୍ୟରେ ନିୟୋଜିତ ଥିବା ୧୧ ମହିଳା। କେରଳ ମଲାପୁରମ୍ ପାରାପାନଙ୍ଗଡି ପୌରପାଳିକାର ହରିଥା କର୍ମ ସେନା(HKS)ର ୧୧ ଜଣ ମହିଳା ମନସୁନ୍ ବମ୍ପର ଲଟେରୀରରେ ୧୦ କୋଟି ଟଙ୍କା ଜିତିଛନ୍ତି। ସେମାନଙ୍କ ବିଜୟ ମଧ୍ୟ ଏକ କାହାଣୀ, କାରଣ ଏହି ଲଟେରୀ ଖେଳିବା ପାଇଁ ଆବଶ୍ୟକ ଥିବା ୨୫୦ ଟଙ୍କା ବି ସେମାନଙ୍କ ପାଖରେ ନଥିଲା।

୨୫୦ ଟଙ୍କା ପାଇଁ ୯ ଜଣ ମହିଳା ୨୫ ଟଙ୍କା ଲେଖାଏଁ ଦେଇଥିବା ବେଳେ ଅନ୍ୟ ଦୁଇ ଜଣ ସାଢ଼େ ୧୨ ଟଙ୍କା ଲେଖାଏଁ ଦେଇଥିଲେ। ଏହି ଟିମ୍ ୩ଟି ଟିକେଟରେ ହାରିବା ପରେ ଚତୁର୍ଥ ଟିକେଟ୍ କ୍ରୟ କରିଥିଲେ ଏବଂ ଏଥିରେ ସଫଳତା ପାଇଛନ୍ତି। ଅଧିକାଂଶ ସଦସ୍ୟ କହିଛନ୍ତି, ସେମାନେ ଏହି ଟଙ୍କାରେ ଘର ନିର୍ମାଣ କରିବେ, ପିଲାମାନଙ୍କ ପଢ଼ା ଖର୍ଚ୍ଚ ଏବଂ ଋଣ ପରିଶୋଧ କରିବେ। ଏହି ୧୧ ଜଣଙ୍କ ମଧ୍ୟରେ HKS ସଦସ୍ୟ ପି ପାର୍ବତୀ, କେ ଲୀଲା, ଏମପି ରାଧା, ଏମ ଶିଜା, କେ ଚନ୍ଦ୍ରିକା, ଇ ବିନ୍ଦୁ, କାର୍ତ୍ତାୟିନି, କେ ଶୋଭା, ସି ବେବି, ସି କୁଟିମାଲୁ ଏବଂ ପି ଲକ୍ଷ୍ମୀ କ୍ରୟ କରିଥିଲେ।

ଗତ ଅଢ଼େଇ ବର୍ଷ ଧରି ଏହି ମହିଳାମାନେ ବିଭିନ୍ନ ଘର ଏବଂ ପ୍ରତିଷ୍ଠାନକୁ ଯାଇ ଅଣ-ଜୈବ ଡିଗ୍ରେଡେବଲ୍ ବର୍ଜ୍ୟବସ୍ତୁ ସଂଗ୍ରହ କରୁଛନ୍ତି। ସେମାନେ ପୌରସଂସ୍ଥାରେ ୫୭ ସଦସ୍ୟ ବିଶିଷ୍ଟ HKS ଗୋଷ୍ଠୀର ଏକ ଅଂଶ। ଏହି ପୁରସ୍କାର ଜିତିବା ପରେ ମଧ୍ୟ ସେମାନଙ୍କ ବୃତ୍ତି ଜାରି ରଖିବେ ବୋଲି କହିଛନ୍ତି। ସେମାନେ କହିଛନ୍ତି ଯେ ସାମୂହିକ ସଦସ୍ୟ ଭାବରେ ସେମାନେ ଲଟେରୀ ଜିତିବାରେ ସକ୍ଷମ ହୋଇଥିଲେ ଏବଂ ଏକାଠି ମଧ୍ୟ କାମ କରିବେ। ପାରାପାନଙ୍ଗଡି ମ୍ୟୁନିସିପାଲିଟି ଚେୟାରମ୍ୟାନ୍ ଉସମାନ ଏ କହିଛନ୍ତି, “ମହିଳାମାନେ ରୋଜଗାରକ୍ଷମ ହେବା ପାଇଁ ସଂଘର୍ଷ କରୁଛନ୍ତି। ସଚ୍ଚୋଟତାର ସହ ସେମାନଙ୍କ କାର୍ଯ୍ୟ କରୁଥିବାରୁ ଆଜି ଭାଗ୍ୟ ସାଥ୍ ଦେଇଛି।”

Leave a Reply

Your email address will not be published. Required fields are marked *