Spread the love

ଲାଞ୍ଚ ନେଇ ଧରା ପଡ଼ିବାରୁ ଟଙ୍କା ଗିଳିଦେଲେ ପଟୱାରୀ(ଜଣେ ସରକାରୀ ଅଧିକାରୀ ଯିଏ ଜମିର ମାଲିକାନା ସମ୍ବନ୍ଧରେ ରେକର୍ଡ ରଖନ୍ତି)। ମଧ୍ୟପ୍ରଦେଶର କଟନିରେ ରାଜସ୍ୱ ବିଭାଗର କାର୍ଯ୍ୟରତ ଜଣେ ପାଟୱାରୀ ଏପରି କରିଛନ୍ତି। ସୋମବାର ଲାଞ୍ଚ ନେବାବେଳେ ଧରା ପଡ଼ିଥିଲେ ଏହି କର୍ମଚାରୀ ଜଣକ।

ପଟୱାରୀ ଗଜେନ୍ଦ୍ର ସିଂହ ଚନ୍ଦ୍ରନ ସିଂହ ଲୋଧି ନାମକ ଜଣେ ବ୍ୟକ୍ତିଙ୍କଠାରୁ ଜମି-ଜମା ସଂକ୍ରାନ୍ତରେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସେ ଲୋକାୟୁକ୍ତ ଜବଲପୁରରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ମଧ୍ୟପ୍ରଦେଶ ଜବଲପୁର ଲୋକାୟୁକ୍ତଙ୍କ ସ୍ପେଶାଲ୍ ପୋଲିସ ଏଷ୍ଟାବ୍ଲିସମେଣ୍ଟ(SPE)ର ଏକ ଟିମ୍ ସରକାରୀ କାର୍ଯ୍ୟାଳୟରେ ପହଞ୍ଚି ଚଢାଉ କରିଥିଲା। ଏହି ସମୟରେ ପୁଲିସ ପଞ୍ଝାରେ ପଡ଼ିଥିଲେ ପଟୱାରୀ ଗଜେନ୍ଦ୍ର ସିଂହ।

୪,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ପୁଲିସ ତାଙ୍କୁ ଧରିଥିଲା। ଗିରଫ କରାଯିବା ମାତ୍ରେ ପାଟୱାରୀ ନୋଟକୁ ଗିଳି ଦେଇଥିଲେ। ପରେ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା। ବହୁ ପରିଶ୍ରମ ପରେ ଶେଷରେ ତାଙ୍କ ପାଟିରୁ ଲାଞ୍ଚ ନୋଟ ବାହାର କରାଯାଇଛି। ତେବେ ପଟୱାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଏସପି ସଞ୍ଜୟ ସାହୁ କହିଛନ୍ତି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରିରହିଛି।

Leave a Reply

Your email address will not be published. Required fields are marked *