Spread the love

‘ଭାରତୀୟ ମହିଳା ଅଞ୍ଜୁଙ୍କ ସହ ମୋର କୌଣସି ପ୍ରେମ ସମ୍ପର୍କ ନାହିଁ। ଆମେ ଦୁହେଁ କେବଳ ଭଲ ବନ୍ଧୁ। ଆସନ୍ତା ୨୦ ତାରିଖରେ ଭିସା ଅବଧି ସରିଯିବା ପରେ ପୁଣି ଥରେ ଭାରତ ଫେରିଯିବ ଅଞ୍ଜୁ।’ ନିଜ ହସଖୁସିର ସଂସାର ଛାଡ଼ି ପାକିସ୍ତାନ ପଳାଇଥିବା ଭାରତୀୟ ମହିଳା ଅଞ୍ଜୁଙ୍କ ସମ୍ପର୍କରେ ଏପରି କହିଛନ୍ତି ତାଙ୍କ ପାକିସ୍ତାନ ବନ୍ଧୁ ନସରୁଲ୍ଲା।

୨୯ ବର୍ଷୀୟ ନସରୁଲ୍ଲାଙ୍କ କହିବାନୁଯାୟୀ, ଆମେ ଦୁହେଁ ୨୦୧୯ ମସିହାରୁ ଫେସବୁକ୍‌ରୁ ବନ୍ଧୁ ହୋଇଛୁ। ସେ କେବଳ ମୋର ଜଣେ ଭଲ ବନ୍ଧୁ। କିନ୍ତୁ ଅଞ୍ଜୁଙ୍କୁ ବିବାହ କରିବା ନିମନ୍ତେ ମୋର କୌଣସି ଯୋଜନା ନାହିଁ। ଭିସା ଅବଧୀ ସରିବା ପରେ ଅଞ୍ଜୁ ଆସନ୍ତା ୨୦ ତାରିଖରେ ନିଜ ଦେଶକୁ ଫେରିଯିବେ।

ଉତ୍ତରପ୍ରଦେଶର ବଲିୟା ଜିଲ୍ଲାର ଖରପୁରା ଗାଁ ବାସିନ୍ଦା ଅଞ୍ଜୁ ନିଜ ସ୍ୱାମୀ ଓ ୨ ପିଲାଙ୍କୁ ଛାଡ଼ି କାହାକୁ ନ ଜଣାଇ ପାକିସ୍ତାନ ପଳାଇଛନ୍ତି। ଏକ ସାଙ୍ଗର ବିବାହରେ ଯୋଗ ଦେବାକୁ ଯାଇଥିବା ସେ ନିଜ ସାଙ୍ଗଙ୍କୁ ଫୋନ୍‌ରେ କହିଥିବା ବେଳେ ସେଠାକାର ଗଣମାଧ୍ୟମରେ କିନ୍ତୁ ସେ ନିଜ ପ୍ରେମିକକୁ ଦେଖା କରିବାକୁ ଯାଇଥିବା ଖବର ପ୍ରକାଶିତ ହୋଇଥିଲା। ଏହାକୁ ନେଇ ଭାରତରେ ହଇଚଇ ସୃଷ୍ଟି ହୋଇଥିଲା। କିନ୍ତୁ ଗଣମାଧ୍ୟମରେ ପ୍ରକାଶ ପାଉଥିବା ଖବରର କୌଣସି ସତ୍ୟତା ନ ଥିବା କହିଛନ୍ତି ନସରୁଲ୍ଲା ।

ନସରୁଲ୍ଲାଙ୍କର ୫ ଭାଇ ଥିବା ବେଳେ ସେ ସବୁଠୁ ସାନ ଏଥିସହ ଜଣେ ସାଇନ୍ସ ଗ୍ରାଜୁଏଟ ବୋଲି ଜଣାଯାଇଛି। ଜିଲ୍ଲା ପ୍ରଶାସନ ଦ୍ୱାରା ଅଞ୍ଜୁଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଇଥିବା ବେଳେ ସେ ତାଙ୍କ ଘରେ ସୁରକ୍ଷିତ ଥିବା କହିଛନ୍ତି ନସରୁଲ୍ଲା। ଏଥିସହ ଅଞ୍ଜୁ ନସରୁଲ୍ଲାଙ୍କ ଘରେ ଥିବା ମହିଳାଙ୍କ ସହ ବେଶ୍‌ ହସଖୁସିରେ ଥିବା ନସରୁଲ୍ଲା କହିଛନ୍ତି।

୨୦୦୫ ମସିହାରୁ ଏକ କମ୍ପାନୀରରେ ଚାକିରି କରୁଥିବା ଅଞ୍ଜୁ ୨୦୦୭ ମସିହାରେ ଅରବିନ୍ଦ ନାମକ ଯୁବକଙ୍କୁ ବିବାହ କରିଥିଲ। ଉଭୟଙ୍କ ବିବାହକୁ ଇତି ମଧ୍ୟରେ ୧୬ ବର୍ଷ ଅତିକ୍ରମ କରି ସାରିଥିବା ବେଳେ ତାଙ୍କର ଏକ ପୁଅ, ଝିଅ ଅଛନ୍ତି। ତେବେ ସ୍ୱାମୀଙ୍କ ସହ ସମ୍ପର୍କ ଠିକ୍‌ ନ ଥିବା ବେଳେ ଭାରତ ଫେରିଲେ ସେ ତାଙ୍କଠୁ ଅଲଗା ହୋଇ ନିଜ ପିଲାଙ୍କ ସହ ରହିବେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *