Spread the love

କଟକ : ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଚଳିତବର୍ଷ ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’ ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ଜୁଲାଇ ୩୦ ତାରିଖ ରବିବାର ସନ୍ଧ୍ୟାରେ ଶତାବ୍ଦୀ ଭବନରେ ସାହିତ୍ୟ ସମାଜର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଜଷ୍ଟିସ୍ ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।
ଉତ୍ସବରେ ରାଧାମୋହନ ମହାପାତ୍ରଙ୍କୁ ‘ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ସଂଯୁକ୍ତା ମହାନ୍ତିଙ୍କୁ ‘ଫକିରମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ମନ୍ମଥ କୁମାର ଶତପଥୀଙ୍କୁ ‘ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ, ପ୍ରହ୍ଲାଦଚନ୍ଦ୍ର ନାୟକଙ୍କୁ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ, ବିମଳ ଜେନାଙ୍କୁ ‘ଗଙ୍ଗାଧର ମେହେର କବିତା ସମ୍ମାନ, କମ୍ବୁପାଣି ସାମନ୍ତଙ୍କୁ ‘ଗୋପୀନାଥ ନନ୍ଦ ପ୍ରବନ୍ଧ-ସମାଲୋଚନା ସାହିତ୍ୟ ସମ୍ମାନ, ଡକ୍ଟର ଜ୍ୟୋତିର୍ମୟୀ ମହାନ୍ତିଙ୍କୁ ‘ରାମକୃଷ୍ଣ ନନ୍ଦ ଶିଶୁ-ସାହିତ୍ୟ ସମ୍ମାନ, ତ୍ରିପୁରା ମିଶ୍ରଙ୍କୁ ‘ବୈଷ୍ଣବ ପାଣି କଳା ସମ୍ମାନ, ରମେଶଚନ୍ଦ୍ର ରଥଙ୍କୁ ‘ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ, ଛାୟାକାନ୍ତ ଷଡ଼ଙ୍ଗୀଙ୍କୁ ‘ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ, ଚୈତନ୍ୟ କୁମାର ସାହୁଙ୍କୁ ‘ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ, ଅପର୍ଣ୍ଣା ମିଶ୍ରଙ୍କୁ ‘ବସନ୍ତ କୁମାରୀ ଦେବୀ ଲେଖିକା ସମ୍ମାନ, ସତ୍ୟନାରାୟଣ ମହାପାତ୍ରଙ୍କୁ ‘ବିଦ୍ୟାଧର ମିଶ୍ର ଜୀବନୀ ସାହିତ୍ୟ ସମ୍ମାନ, ଦେବୁପ୍ରସାଦ ଚାଟାର୍ଜୀଙ୍କୁ ‘ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ, ରମାକାନ୍ତ ମହାପାତ୍ରଙ୍କୁ ‘ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ, କାହ୍ନୁଚରଣ ଲେଙ୍କାଙ୍କୁ ‘ବିଶ୍ୱନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ, ବାବାଜୀଚରଣ ଜେନାଙ୍କୁ ‘ନବରୂପା ରାଜ ଗୀତିକବିତା ସମ୍ମାନ, ଗୋପୀନାଥ ବେହେରାଙ୍କୁ ‘କବିଚନ୍ଦ୍ର ସଂଗୀତଗୁରୁ ସମ୍ମାନ, ସ୍ୱରୂପା ଚକ୍ରବର୍ତ୍ତୀଙ୍କୁ ‘ଭିକାରି ବଳ କଣ୍ଠଶିଳ୍ପୀ ସମ୍ମାନ, ବିଶ୍ୱକେଶ ତ୍ରିପାଠୀଙ୍କୁ ‘ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ, ଇଞ୍ଜିନିୟର୍‌ ସୌରାଂଶୁ ପଟ୍ଟନାୟକଙ୍କୁ ‘ପ୍ରଭା ପଟେଲ ରମ୍ୟରଚନା ଓ ଲଳିତ ନିବନ୍ଧ ସମ୍ମାନ, ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ‘ବ୍ରହ୍ମାନନ୍ଦ ପଣ୍ଡା ସାଂସ୍କୃତିକ ସଂଗଠକ ସମ୍ମାନ, ସୁଜିତ୍ କୁମାର ପଣ୍ଡାଙ୍କୁ ‘କୈଳାସଚନ୍ଦ୍ର ସିଂହ ଯୁବ ସାରସ୍ୱତ ସମ୍ମାନ, ନଳିନୀକାନ୍ତ ନନ୍ଦ(ଏସ୍‌.ବି. ପବ୍ଲିସର୍ସ)ଙ୍କୁ ‘ଦେବବ୍ରତ କର ପ୍ରକାଶକ ସମ୍ମାନ, ଡକ୍ଟର ମହେନ୍ଦ୍ର କୁମାର ମିଶ୍ରଙ୍କୁ ‘ନିରଞ୍ଜନ ଦାସ ଭାଷା ସମ୍ମାନ, ସୁଶାନ୍ତ କୁମାର ନାୟକଙ୍କୁ ‘ବାଗ୍ମୀ ବିଶ୍ୱନାଥ କର ସଂପାଦନା ସମ୍ମାନ, ରାଜବଲ୍ଲଭ ସାହୁଙ୍କୁ ‘ସୁନାମଣି ସାମଲ ଚିତ୍ରଶିଳ୍ପୀ ସମ୍ମାନ ପ୍ରଦାନ କରାଯିବ।
ବିଚାରକଙ୍କ ଚୂଡ଼ାନ୍ତ ରାୟ ଆଧାରରେ ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦଚନ୍ଦ୍ର ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟନିର୍ବାହିକା ସମିତି ବୈଠକରେ ଏ ସମ୍ପର୍କରେ ଘୋଷଣା କରାଯାଇଛି। ଆସନ୍ତା ବାର୍ଷିକ ସମାବର୍ତ୍ତନ ଉତ୍ସବ ଜୁଲାଇ ୨୯ ତାରିଖ ଶନିବାର ଉଦ୍‌ଘାଟନ ହେବ ଏବଂ ଜୁଲାଇ ୩୦ ତାରିଖ ଅପରାହ୍ଣ ୩ଟା୩୦ରେ ସାଧାରଣ ଅଧିବେଶନ, ସାଙ୍ଗଠନିକ ଆଲୋଚନା ସଭା ଓ ସନ୍ଧ୍ୟାରେ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ବୋଲି ସାଧାରଣ ସଂପାଦକ ଆଦିତ୍ୟପ୍ରତାପ ଧଳ ଓ ସଂଗଠନ ସଂପାଦକ ଡକ୍ଟର ସୁନାମଣି ରାଉତ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *