Spread the love

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ମନ୍ତବ୍ୟ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍‌ ଲଗାଇବା ପାଇଁ କଂଗ୍ରେସ ନେତା ଯଦି ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆବେଦନ କରନ୍ତି ତେବେ ତାଙ୍କ ବିରୋଧରେ ମାନହାନି ମାମଲାର ଅଭିଯୋଗକାରୀ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ସୁପ୍ରିମ୍‌ କୋର୍ଟରେ ଏକ କ୍ୟାଭିଏଟ୍‌ ଦାଖଲ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗୁଜରାଟ ହାଇକୋର୍ଟର ଏକକ ଖଣ୍ଡପୀଠ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ ଲଗାଇବା ପାଇଁ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଜୁଲାଇ ୭ରେ ଖାରଜ କରି ଦେଇଥିଲେ।
ସୁପ୍ରିମ୍‌କୋର୍ଟ ୱେବସାଇଟ୍‌ ଅନୁଯାୟୀ ପୂର୍ଣ୍ଣେଶ ମୋଦୀ ସେହିଦିନ ତାଙ୍କ ଓକିଲ ପିଏସ୍‌ ସୁଧୀରଙ୍କ ଜରିଆରେ ସୁପ୍ରିମ୍‌କୋର୍ଟରେ ଏହି କ୍ୟାଭିଏଟ୍‌ ଦାଖଲ କରିଥିଲେ।
ନିମ୍ନ ଅଦାଲତଙ୍କ ଆଦେଶ କିମ୍ବା ରାୟକୁ ଚ୍ୟାଲେଞ୍ଜ କରୁଥିବା କୌଣସି ପ୍ରତିଦ୍ୱନ୍ଦ୍ୱୀଙ୍କ ଆବେଦନ ଉପରେ ଯଦି କୌଣସି ଆଦେଶ ଦିଆଯାଏ ତେବେ ଶୁଣାଣି କରିବାର ସୁଯୋଗ ପାଇଁ ଆବେଦନକାରୀ ଆପିଲେଟ୍‌ ଅଦାଲତରେ କ୍ୟାଭିଏଟ୍‌ ଦାଖଲ କରନ୍ତି।
ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଝଟକା ଦେଇ ଗୁଜୁରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ହେମନ୍ତ ପ୍ରାଚକ ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରି କହିଥିଲେ, ରାଜନୀତିରେ ଶୁଦ୍ଧତା ରହିବା ଏବେ ସମୟର ଆବଶ୍ୟକତା। ଏଥିରେ ଆହୁରି ମଧ୍ୟ କୁହାଯାଇଥିଲା ଯେ ଜନପ୍ରତିନିଧିମାନେ ସ୍ପଷ୍ଟ ପୃଷ୍ଠଭୂମିର ବ୍ୟକ୍ତି ହେବା ଉଚିତ ଏବଂ ଦୋଷୀ ସାବ୍ୟସ୍ତ ଉପରେ ରୋକ୍‌ ଲଗାଇବା ଏକ ନିୟମ ନୁହେଁ, ବରଂ କେବଳ ବିରଳ ମାମଲାରେ ଏକ ବ୍ୟତିକ୍ରମ ଏବଂ ତାଙ୍କ ଦୋଷୀ ସାବ୍ୟସ୍ତ ହେବା ଉପରେ ରୋକ୍‌ ଲଗାଇବା ପାଇଁ କୌଣସି ଯୁକ୍ତିଯୁକ୍ତ ଆଧାର ନାହିଁ।
ରାହୁଲ ଗାନ୍ଧୀଙ୍କ ଦୋଷୀ ସାବ୍ୟସ୍ତ ଉପରେ ରୋକ ଲଗାଇଲେ ତାଙ୍କୁ ଲୋକସଭା ସାଂସଦ ଭାବେ ପୁନଃ ଅବସ୍ଥାପିତ କରିବାର ବାଟ ଖୋଲିଥାନ୍ତା। ପରେ କଂଗ୍ରେସ ଏହି ରାୟ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି କହିଥିଲା ଏବଂ ଅଭିଯୋଗ କରିଥିଲା ଯେ ସରକାର ତାଙ୍କ ସ୍ୱରକୁ ଦମନ କରିବା ପାଇଁ ନୂତନ କୌଶଳ ଖୋଜୁଛନ୍ତି। କାରଣ ରାହୁଲ ସତ କହିବାରେ ବ୍ୟଥିତ ହେଉଛନ୍ତି ସରକାର।

Leave a Reply

Your email address will not be published. Required fields are marked *