Spread the love

କାଠମାଣ୍ଡୁ : ୬ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ହେଲିକପ୍ଟର ନେପାଳର ମାଉଣ୍ଟ ଏଭରେଷ୍ଟ ନିକଟ ଲାମଜୁରାରେ କ୍ରାଶ୍‌ କରି ଯାଇଥିବା ଜଣାଯାଇଛି। ସକାଳ ପ୍ରାୟ ୧୦ଟା ୧୫ମିନିଟରେ ହେଲିକପ୍ଟର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା ଓ ତାହା ନିଖୋଜ ହୋଇ ଯାଇଥିଲା।
ହେଲିକପ୍ଟରଟି ୬ ଯାତ୍ରୀଙ୍କୁ ଧରି ଆଜି ସକାଳେ ସୋଲୁଖୁମ୍ବୁରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରୁଥିଲା। ଉକ୍ତ ୬ ଜଣଙ୍କ ମଧ୍ୟରେ ୫ ଜଣ ବିଦେଶୀ ନାଗରିକ ବୋଲି ଜଣାପଡ଼ିଛି। ପ୍ରାୟ ୧୦ଟା ସମୟରେ କଣ୍ଟ୍ରୋଲ ଟାୱାର ସହ ହେଲିକପ୍ଟରର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ହେଲିକପ୍ଟରର ଭଗ୍ନାବଶେଷ ଲାମଜୁରା ନିକଟସ୍ଥ ଗାଁରେ ପଡ଼ିଥିବା ଦେଖିବାକୁ ମିଳିଛି।
ହେଲିକପ୍ଟରଟି କାଠମାଣ୍ଡୁର ମ୍ୟାନେଜ ଏୟାରଲାଇନ୍ସର ହେଲିକପ୍ଟର ବୋଲି ଜଣାଯାଇଛି। ଏହି ଏୟାରଲାଇନ୍ସ ସଂସ୍ଥା ଦେଶରେ ଭଡ଼ା ବାବଦରେ ହେଲିକପ୍ଟର ଯୋଗାଇଥାଏ।

Leave a Reply

Your email address will not be published. Required fields are marked *