Spread the love

ଉମରକୋଟ : ତିନି ନବଜାତ ଶିଶୁ ପୁତ୍ରଙ୍କୁ ଜନ୍ମ ଦେଲେ ଆଦିବାସୀ ମହିଳା। ସ୍ୱଭାବିକ କରିଛନ୍ତି ମହିଳା। ପ୍ରସବ ପରେ ମାଆ ଓ ତିନି ଶିଶୁ ସୁସ୍ଥ ଅଛନ୍ତି। ଏଭଳି ଦୁର୍ଲଭ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଅଞ୍ଚଳରେ।
ଡାବୁଗାଁ ବ୍ଲକ୍‌ ପର୍ଶୁବେଡ଼ା ଗାଁର ସୁଖରାମ ଭତ୍ରାଙ୍କ ସ୍ତ୍ରୀ ବେଲ ଆଜି ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ଡାବୁଗାଁ ଡାକ୍ତରଖାନାରେ ଭର୍ତ୍ତି ନେଇଥିଲେ। ସେଠାରେ ବେଲ ଭତ୍ରା ତିନି ଜଣ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ସମସ୍ତେ ସୁସ୍ଥ ଥିବା ଡାକ୍ତର ସୂଚନା ଦେଇଛନ୍ତି। ପୂର୍ବରୁ ବେଳଙ୍କର ଦୁଇଟି ସନ୍ତାନ ରହିଛି। ଜଣେ ପିଲା ପ୍ରଥମ ଶ୍ରେଣୀରେ ପଢ଼ୁଥିବା ବେଳେ ଅନ୍ୟଜଣେ ଅଙ୍ଗନବାଡ଼ି ପାଠ ପଢୁଛନ୍ତି। ଏଭଳି ଘଟଣା ନବରଙ୍ଗପୁର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Leave a Reply

Your email address will not be published. Required fields are marked *