Spread the love

କଟକ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ମନ୍ଦିର ଚର୍ତ୍ତୃପାର୍ଶ୍ଵ ଉନ୍ନତି ନେଇ ହଟିଲା ଅଦାଲତି ସମସ୍ୟା। ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା ଗୁଡିକରେ ପୂର୍ଣ୍ଣଛେଦ। ମାମଲାରେ ଅନ୍ତ ଘଟାଇଲେ ସର୍ବୋଚ୍ଚ ନ୍ୟାୟାଳୟ। ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତ୍ୟପାଠ ଦାଖଲ ପରେ ଅନ୍ତ କଲେ ସୁପ୍ରିମକୋର୍ଟ।

ଆଇନଜୀବୀ ମୃଣାଳିନୀ ପାଢ଼ୀଙ୍କ ପକ୍ଷରୁ ହୋଇଥିଲା ଏହି ମାମଲା। ଏକାଧିକ ଇଣ୍ଟରଭେନସନ ମାମଲା ମଧ୍ୟ ହୋଇଥିଲା। ସମସ୍ତ ମାମଲା ଗୁଡିକର ଅନ୍ତ କଲେ ସର୍ବୋଚ୍ଚ ନ୍ୟାୟାଳୟ। ରତ୍ନ ଭଣ୍ଡାର ଖୋଲିବା ପାଇଁ ହୋଇଥିଲା ପ୍ରାର୍ଥନା। ଏହାକୁ ଅଗ୍ରାହ୍ୟ କଲେ ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟ ପୂର୍ବରୁ ଦେଉଥିବା ନିର୍ଦ୍ଦେଶନାମାରେ ବ୍ୟତିକ୍ରମ ହେଲେ ହାଇକୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ।

Leave a Reply

Your email address will not be published. Required fields are marked *