Spread the love

ଭୁବନେଶ୍ବର: ପ୍ରାୟ ୨ ସପ୍ତାହ ପରେ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଦେଖିବାକୁ ମିଳିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସହରରେ ସୂର୍ଯ୍ୟଙ୍କ ପ୍ରଖରକିରଣ ଅନୁଭୂତ ହୋଇଛି। ଆଜି ରାଜ୍ୟର ୧୪ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ ରେକର୍ଡ କରାଯାଇଛି। ବୌଦ୍ଧରେ ପାରା ସର୍ବାଧିକ ୪୨ ଡିଗ୍ରି ଛୁଇଁଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସୋମବାର ଉଭୟ ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୧.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ରାଉରକେଲାରେ ୪୧.୪, ଅନୁଗୁଳରେ ୪୧.୧, ସୁନ୍ଦରଗଡ଼ରେ ୪୧, ତାଳଚେରରେ ୪୦.୮ ଡିଗ୍ରି ପାରା ଛୁଇଛି। ସେହିପରି ଉଭୟ ବଲାଙ୍ଗୀର ଓ ଜଗତସିଂହପୁରରେ ୪୦.୫ ଏବଂ ଚାନ୍ଦବାଲିରେ ୪୦.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଟିଟିଲାଗଡ଼, ସୋନପୁର, ନୟାଗଡ଼ ଓ କେନ୍ଦ୍ରାପଡ଼ାରେ ପାରା ୪୦ ଡିଗ୍ରି ଛୁଇଛି। ପାଣିପାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଆଗାମୀ ଦିନରେ ତାପମାତ୍ରା ଆହୁରି ବଢ଼ିପାରେ।

Leave a Reply

Your email address will not be published. Required fields are marked *