Spread the love

କଟକ : ବିଶିଷ୍ଟ ସାରସ୍ୱତ ସାଧକ ପ୍ରଫେସର ଡକ୍ଟର ନୀଳାଦ୍ରି ଭୂଷଣ ହରିଚନ୍ଦନ ଓ କଥାଶିଳ୍ପୀ ଡକ୍ଟର ଅର୍ଚ୍ଚନା ନାୟକ ଯଥାକ୍ରମେ ୨୦୨୨ ଓ ୨୦୨୩ ମସିହା ପାଇଁ ମର୍ଯ୍ୟାଦାଜନକ `ସାରଳା ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆଗାମୀ ୪ ତାରିଖ ସନ୍ଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଛକସ୍ଥିତ ସାରସ୍ୱତ ପୀଠ ସାରଳା ଭବନରେ ସଂସଦର ୪୨ତମ ବାର୍ଷିକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଅର୍ଥରାଶି, ମାନପତ୍ର ଓ ଉତ୍ତରୀୟ ଦିଆଯିବ ବୋଲି ସଂସଦର ପ୍ରତିଷ୍ଠାତା ଓ ସଭାପତି ଡକ୍ଟର ଇଂଜିନିୟର ପ୍ରଭାକର ସ୍ୱାଇଁ ସୂଚନା ଦେଇଛନ୍ତି।
ନିର୍ବୋଧ ଲୋକର ପୃଥିବୀ, ଇତିହାସ ଲେଖିବାର ମୁହୂର୍ତ୍ତ, ଆଉ ଏକ ଜନ୍ମର ଅପେକ୍ଷା, ଓଡ଼ିଆ ନାଟକରେ ଇତିହାସର ପ୍ରତିଧ୍ବନି, ରାସ୍ତା ନାହିଁ, ନୂତନ ନାଟ୍ୟଚିନ୍ତା, ଭିନ୍ନ ସମୟ ଭିନ୍ନ ଦୃଷ୍ଟି, ସାରଳା ମହାଭାରତର ହିନ୍ଦୀ ଅନୁବାଦ ଭଳି ଉଲ୍ଲେଖନୀୟ ପୁସ୍ତକ ରଚନା କରିଛନ୍ତି ପ୍ରଫେସର ହରିଚନ୍ଦନ। ସେହିଭଳି ଡକ୍ଟର ଅର୍ଚ୍ଚନା ନାୟକଙ୍କ କୃତି ମଧ୍ୟରେ ସୀତା, ରାଣୀ ଶ୍ୟାମାବତୀ, କେତେ ଦୃଶ୍ୟ, ଅନ୍ୟ ନାୟିକା, ଶ୍ରମଣାର ପୃଥିବୀ, ସାକ୍ଷୀ ଠାକୁରାଣୀ, ଭୁଲ ଠିକଣାର ଚିଠି, ସାତଦୀପର ସକାଳ, ଓଡ଼ିଆ କାବ୍ୟରେ ଶିବ, ସ୍ୱପ୍ନଗୋଧୂଳି ପ୍ରଭୃତି ଉଲ୍ଲେଖନୀୟ।

Leave a Reply

Your email address will not be published. Required fields are marked *