Spread the love

ଭୁବନେଶ୍ବର : ରାଜ୍ୟରେ ୧୫ବର୍ଷରୁ ଅଧିକ ପୁରୁଣା ଗାଡ଼ି କିପରି ସ୍କ୍ରାପିଂ ହେବ ସେନେଇ ଆଜି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏସ୍‌ଓପି ଜାରି ହୋଇଛି। ଯେଉଁ ଗାଡ଼ି ସ୍କ୍ରାପିଂ ପାଇଁ ଆସିବ ସେଗୁଡ଼ିକର ପୂର୍ବରୁ ବକେୟା ଥିବା ସମସ୍ତ ଟିକସ ଏବଂ ଜରିମାନା ଛାଡ଼ କରାଯିବ। ହେଲେ ଗାଡ଼ି ସ୍କ୍ରାପିଂ ପୂର୍ବରୁ ଗାଡ଼ି ମାଲିକ/ ସଂସ୍ଥା ଗାଡ଼ିର ଲିଜ୍ ଏଗ୍ରିମେଣ୍ଟ, ହାଇପୋଥିକେସନ୍ ଆଦି ବାହନ ‌ୱେବସାଇଟ୍‌ରୁ କାଟିବେ। ଗାଡ଼ି ସ୍କ୍ରାପିଂ ହେବା ନେଇ ତଥ୍ୟ ଏବଂ ଗାଡ଼ି ମାଲିକଙ୍କୁ କେତେ ଟଙ୍କା ଦିଆଗଲା ତା’ର ତଥ୍ୟ ସ୍କ୍ରାପିଂ କରୁଥିବା ସଂସ୍ଥା ବାହନ ୱେବସାଇଟ୍‌ରେ ଅପଲୋଡ୍‌ କରିବେ। ଗାଡ଼ି ମାଲିକମାନେ ଇ-ନିଲାମୀ ମାଧ୍ୟମରେ ମଧ୍ୟ ସ୍କ୍ରାପିଂ କରିପାରିବେ। ସରକାରୀ ଗାଡ଼ି ମଧ୍ୟ ଏହି ନିୟମ ଅନୁଯାୟୀ ସ୍କ୍ରାପିଂ କରିବେ।

Leave a Reply

Your email address will not be published. Required fields are marked *