Spread the love

ଭୁବନେଶ୍ବର : ରାଜ୍ୟ ସରକାର ଇ-ଯାନ ଉପରେ ସବ୍‌ସିଡି ବଢ଼ାଇଥିବାବେଳେ ଏହା ଡିସେମ୍ବର, ୨୦୨୫ ପର୍ଯ୍ୟନ୍ତ ଲାଗୁ ହେବ। କିନ୍ତୁ ଏହି ବର୍ଦ୍ଧିତ ସବ୍‌ସିଡି ପିଛିଲା ଭାବେ ସେପ୍ଟେମ୍ବର ୨, ୨୦୨୧ରୁ ଲାଗୁ ହେବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଦୁଇ ଚକିଆ ଗାଡ଼ିରେ ସବ୍‌ସିଡି ୨୦ହଜାର ଟଙ୍କା, ତିନି ଚକିଆ ଯାନରେ ୩୦ହଜାର ଟଙ୍କା ଏବଂ କାର୍‌ରେ ଦେଢ଼ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।

ହେଲେ ପୂର୍ବରୁ ଯେଉଁମାନଙ୍କୁ କମ୍‌ ସବ୍‌ସିଡି ମିଳିଛି ସେମାନଙ୍କୁ କିପରି ବର୍ଦ୍ଧିତ ସବ୍‌ସିଡି ମିଳିବ ସେନେଇ ଆବେଦନ ପୋର୍ଟାଲରେ ସଂଶୋଧନ କରାଯାଉଛି। ଉକ୍ତ ପୋର୍ଟାଲରେ ଗାଡ଼ିର ଡକୁମେଣ୍ଟ ଜମା କଲେ କ୍ରେତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବାକି ସବ୍‌ସିଡି ପ୍ରଦାନ କରାଯିବ।

Leave a Reply

Your email address will not be published. Required fields are marked *