Spread the love

ପ୍ରୟାଗରାଜ: କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ଅତିକ ଅହମଦ ଓ ତାଙ୍କ ଭାଇ ଅସରଫର ହତ୍ୟା ପରେ ଏହି ଘଟଣାର ତଦନ୍ତ ଜୋର୍‌ସୋର୍‌ ଚାଲିଛି। ଏମାନଙ୍କ ହତ୍ୟାକାରୀ ୩ ଜଣଙ୍କୁ ଏବେ ପୁଲିସ୍‌ ହେପାଜତରେ ରଖାଯାଇଛି। ଆଜି ପ୍ରଥମ ଥର ପାଇଁ ଦୀର୍ଘ ୮ ଘଣ୍ଟାର ଜେରା ସମୟରେ ମେସାନେ କିଛି ବଡ଼ କଥାର ଖୁଲାସା ବି କରିଛନ୍ତି।
ତେବେ ପୁଲିସ୍‌ ଅତିକ୍‌ ହତ୍ୟା ଘଟଣା ସହ ଜଡ଼ିତ କିଛି ଭିଡିଓକୁ ବି ତଦନ୍ତ କରୁଛି। ଭାଇରାଲ୍‌ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ହତ୍ୟାର କିଛି ସମୟ ପୂର୍ବରୁ ହସ୍ପିଟାଲ୍‌ ଗେଟ୍‌ ପାଖରେ ପୁଲିସ୍‌ ଜିପ୍‌ରୁ ଓହ୍ଲାଇବା ବେଳେ ଅତିକ୍‌ ଟିକେ ସମୟ ପାଇଁ ଅଟକି ଯାଇଥିଲେ। ତାପରେ ସେ ଗୋଟାଏ ପାଦ ଜିପ୍‌ରେ ରଖି ୩ ସେକେଣ୍ଡ୍‌ ପାଇଁ ହସ୍ପିଟାଲ୍‌ ଆଡ଼େ ଚାହିଁ ରହିଥିଲେ। ତାପରେ ସେ ମୁଣ୍ଡ ହଲାଇ କିଛି ଗୋଟେ ଇଶାରା କଲେ। ତାପରେ ସେ ହସ୍ପିଟାଲ୍‌ ପରିସରରେ ପାଦ ରଖୁ ରଖୁ ହତ୍ୟାକାରୀ ଗଣମାଧ୍ୟମ ପ୍ରତିନିଧି ସାଜି ତାଙ୍କ ଉପରେ ଗୁଳି ଚଳାଇଥିଲେ।
ପୁଲିସ ଆଗରେ ସେମାନେ ଅତିକ-ଅସରଫ ଦୁଇଭାଇଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ଏହି ଘଟଣାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ମିଳୁଥିବା ବେଳେ ଏବେ ଏକ ଗୁରୁତ୍ବପୂର୍ଣ୍ଣ କଥା ଜାଣିବାକୁ ମିଳିଛି। ହତ୍ୟାକାରୀମ‌ାନେ ବୟାନ‌ରେ କହିଛନ୍ତି ଯେ ସୋମାନେ ଆହୁରି ଗୋଟାଏ ଦିନ ଆଗରୁ ହତ୍ୟା କରିବାର ଯୋଜନା କରିଥିଲେ। ମାତ୍ର କଡ଼ା ସୁରକ୍ଷା ବ୍ୟବସ୍ଥା ହେତୁ ତାଙ୍କ ଯୋଜନ‌ା ଶୁକ୍ରବାର ଦିନ ସଫଳ ନହେବାରୁ ସେ ଶନିବାର, ଅର୍ଥାତ ୧୫ ତାରିଖରେ ଏହି ହତ୍ୟାକାଣ୍ଡ ରଚିଥିଲେ।

Leave a Reply

Your email address will not be published. Required fields are marked *