Spread the love

ପ୍ରୟାଗରାଜ : କଡ଼ା ସୁରକ୍ଷା ବଳୟ ମଧ୍ୟରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅତିକ ଓ ଭାଇ ଅଶରଫଙ୍କ ହତ୍ୟା ପରେ ଅଚାନକ ବନ୍ଦ ହୋଇଗଲାଣି ୮ଶହ ଫୋନ୍‌ ନମ୍ବର । ଉମେଶ ପାଲ ମର୍ଡର କେସ୍‌ର ଶୁଟରଙ୍କୁ ଖୋଜି ବାହାର କରିବା ପାଇଁ ପୁଲିସ୍‌ ଖାନତଲାସୀ ଆରମ୍ଭ କରିଥିବା ବେଳେ ବିଭିନ୍ନ ଫୋନ୍‌ ନମ୍ବରକୁ ଟ୍ରାକିଂ କରୁଛି। ପୁଲିସ୍‌ କବଳରୁ ବର୍ତ୍ତିବାକୁ ଏଯାବତ ୮ଶହ ଫୋନ୍‌ ନମ୍ବର ଅଚାନକ ସୁଇଚ୍‌ ଅଫ୍‌ ହୋଇ ସାରିଲାଣି।
ପୁଲିସ୍‌ ଏବେ ଉମେଶ ପାଲ ମର୍ଡର କେସ୍‌କୁ ନେଇ ତନାଘନା କରୁଥିବା ବେଳେ ଏହାର ଶୁଟର୍‌ଙ୍କ ନମ୍ବର ସହ ସେମାନଙ୍କ ସମ୍ପର୍କୀୟ ତଥା ଅତିକର ଜମି କାରବାର ବୁଝୁଥିବା ଲୋକଙ୍କ ନମ୍ବର ବି ଟ୍ରାକିଂ କରୁଛି। ସେଥି ମଧ୍ୟରୁ ୮ଶହ ନମ୍ବର ଏଯାବତ ବନ୍ଦ ହୋଇ ସାରିଲାଣି। ପୁଲିସ୍‌ କବଳରୁ ବର୍ତ୍ତିବା ପାଇଁ ବହୁ ଦୁର୍ଦ୍ଦାନ୍ତ ଅପରାଧୀ ନିଜ ନମ୍ବର ସୁଇଚ୍‌ ଅଫ୍‌ କରି ସାରିଥିବା ବେଳେ ସେମାନଙ୍କୁ ଧରିବାକୁ ତନାଘନା ଚଳାଇଛି ପୁଲିସ୍‌। ପୁଲିସ୍‌ ଏହି ସବୁ ନମ୍ବରର କଲ୍‌ ଡିଟେଲ୍ସ ବାହାର କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବାକୁ ବିଭିନ୍ନ ଟିମ୍‌ ଗଠିତ୍‌ କରିଛି।
ଉତ୍ତରପ୍ରଦେଶକୁ ମାଫିଆମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଘୋଷଣା କରିବା ପରଠୁ ପୁଲିସ୍‌ ଆକ୍ସନ ମୁଡକୁ ଚାଲି ଆସିଥିବା ବେଳେ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ପଶିଗଲାଣି।
ସୂଚନାଯୋଗ୍ୟ, ୨୦୦୫ରେ ବିଏସ୍‌ପି ବିଧାୟକ ରାଜୁ ପାଲଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଉମେଶ ପାଲ ଏହାର ସାକ୍ଷୀ ଥିଲେ। ଆହ୍ଲାବାଦ (ପଶ୍ଚିମ) ବିଧାନସଭା ଆସନରୁ ନିର୍ବାଚିତ ହେବାର ମାତ୍ର କିଛି ମାସ ପରେ ରାଜୁ ପାଲଙ୍କୁ ହତ୍ୟା କରାଯାଇଥିଲା। ସେ ଅତିକ ଅହମଦଙ୍କ ସାନ ଭାଇ ଖାଲିଦ ଅଜମି ଓରଫ ଅଶରଫଙ୍କୁ ପରାସ୍ତ କରିଥିଲେ। ଏହି ପରାଜୟକୁ ଅତିକ ହଜମ କରିପାରି ନ ପାରି ରାଜୁ ପାଲଙ୍କ ହତ୍ୟା କରିଥିଲା । ଏହାପରେ ଗତ ଫେବ୍ରୁଆରୀ ମାସରେ ଉମେଶ ପାଲଙ୍କୁ ହତ୍ୟା କରାଯାଇଥିଲା। ଏବେ ଉମେଶ ପାଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ଶୁଟରଙ୍କୁ ଧରିବାକୁ ଖାନତଲାସୀ ଆରମ୍ଭ କରିଛି ପୁଲିସ୍‌ ।

Leave a Reply

Your email address will not be published. Required fields are marked *