ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନାରେ ସଂକ୍ରମିତ ହୋଇଥିବା ଗୁରୁବାର ଅଧିକାରିକ ସୂତ୍ରରୁ ସୂଚନା ମିଳିଛି। କରୋନାରେ ଆକ୍ରାନ୍ତ ହେବା ପରେ ରାଜନାଥ ସିଂହ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି। ତାଙ୍କ ଠାରେ ଅଳ୍ପ ଲକ୍ଷଣ ଦେଖା ଦେଇଥିବା କୁହାଯାଉଛି।
ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ରାଜନାଥ ସିଂହ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ରାଜନାଥ ସିଂହ ନୂଆଦିଲ୍ଲୀରେ ଆୟୋଜିତ ଭାରତୀୟ ବାୟୁ ସେନାର କମାଣ୍ଡର ସମ୍ମିଳନୀରେ ଏପ୍ରିଲ ୨୦ ତାରିଖ ଗୁରୁବାର ଦିନ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହାପୂର୍ବରୁ କରୋନା ପଜିଟିଭ ଥିବା ସୂଚନା ମିଳିବା ପରେ ସେ ନିଜକୁ ଏଥିରୁ ଦୂରେଇ ରଖିଥିଲେ।
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ଏପ୍ରିଲ ୧୯ ତାରିଖରେ କନ୍ନଡର ପ୍ରତିରକ୍ଷାମନ୍ତ୍ରୀ ଅନିତା ଆନନ୍ଦଙ୍କ ସହିତ ଟୋଲିଫୋନ ଯୋଗେ କଥାବର୍ତ୍ତା ହୋଇଥିଲେ। ଏହି ସମୟରେ ଦୁଇଦେଶର ପ୍ରତିରକ୍ଷାକୁ ଉଚ୍ଚସ୍ତରକୁ ନେଇଯିବା ଦିଗରେ କାମ କରିବାର ସଂକଳ୍ପ ନେଇଥିଲେ ରାଜନାଥ ସିଂହ ଓ ଅନିତା ଆନନ୍ଦ ।