Spread the love

ଭୁବନେଶ୍ବର: ରାଜ୍ୟକୁ ଆସିଥିବା ସାଢେ ୯ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଆବଣ୍ଟନ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁ ଗାଇଡଲାଇନ କେନ୍ଦ୍ର କରିଛି, ସେଥିରେ ଅନେକ ଯୋଗ୍ୟ ଲୋକ ବାଦ ପଡ଼ି ଯାଉଛନ୍ତି। କେନ୍ଦ୍ର ଏପରି କ୍ରାଇଟେରିଆ କରି ଦେଇଛି ଯେଉଁଥିପାଇଁ ଅନେକ ଲୋକ ବଞ୍ଚିତ ହେଉଛନ୍ତି। ଧୀବର ଶ୍ରେଣୀର ଲୋକଟିର ମାଛଧରା ଡ଼ଙ୍ଗା ଥିଲେ ବି ସେ ବାଦ ପଡୁଛି। ଅନେକ ପ୍ରତିବନ୍ଧକ କେନ୍ଦ୍ର ଲଗାଇଛି।

ସେ ଆହୁରି କହିଛନ୍ତି, ଆମେ ୧୫ ଲକ୍ଷ ହିତାଧିକାରୀଙ୍କୁ ଆବାସ ଦେବା ପାଇଁ କେନ୍ଦ୍ରକୁ ଅନୁରୋଧ କରୁଛୁ। କିନ୍ତୁ ବର୍ତ୍ତମାନ ସୁଦ୍ଧା ସାଢେ ୯ ଲକ୍ଷ ଘର ମଞ୍ଜୁର କରିଛନ୍ତି। ଆହୁରି ଅଧିକ ଲୋକ ଆବାସ ପାଇବାରୁ ବଞ୍ଚିତ ହେଉଛନ୍ତି। ତଥାପି ରାଜ୍ୟ ସରକାର ତତ୍ପର ଅଛନ୍ତି କିଭଳି ପ୍ରତ୍ୟେକ ଗରିବ ଲୋକଙ୍କୁ ଛାତ ଖଣ୍ଡେ ଦେବା ସରକାର ପ୍ରକ୍ରିୟା ଜାରି ରଖିଛନ୍ତି। ଅଗଷ୍ଟ ମାସ ପୂର୍ବରୁ ସବୁ ଘର ବଣ୍ଟାଯିବା ଲାଗି

ପ୍ରକ୍ରିୟା ଚାଲିଛି। ଯେତେ ଶୀଘ୍ର ସମ୍ପୂର୍ଣ୍ଣ ହେବ ଆମେ ତାକୁ ବଣ୍ଟନ କରି ଦେବୁ। ଅଯୋଗ୍ୟ ହିତାଧିକାରୀମାନଙ୍କୁ ବାଦ ଦେବା ପାଇଁ କାର୍ଯ୍ୟକ୍ରମ ଜାରି ରହିଛି।

Leave a Reply

Your email address will not be published. Required fields are marked *