Spread the love

କୋଲ୍‌କାତା: ରବିବାର (ଏପ୍ରିଲ ୨, ୨୦୨୩) ସନ୍ଧ୍ୟାରେ ପଶ୍ଚିମବଙ୍ଗର ହୁଗଲି ଜିଲ୍ଲାରେ ରାମ ନବମୀ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା, ଯାହା ପରେ ପୁଲିସ ଏବେ ସଂପୃକ୍ତ ଅଞ୍ଚଳରେ ନିଷେଧାଦେଶ ଜାରି କରି ଇଣ୍ଟରନେଟ ସେବାକୁ ସ୍ଥଗିତ ରଖିଛି। ସଂପୃକ୍ତ ଅଞ୍ଚଳରେ ଏବେ ବି ହିଂସା ଜରି ରହିଥିବାରୁ ସେଠା‌ରେ ଅନେକ ପୁଲିସ୍‌ କର୍ମଚାରୀ ନିୟୋଜିତ କରିବା ସହ କଡ଼ା ବନ୍ଦୋବସ୍ତ କରାଯାଇଛି।
ପୁଲିସ କହିବା ଅନୁସାରେ, ରିଶ୍ରା ଥାନା ଅଞ୍ଚଳରେ ଦୁଇଟି ରାମ ନବମୀ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ସନ୍ଧ୍ୟା ପ୍ରାୟ ୬.୧୫ରେ ଗ୍ରାଣ୍ଡ୍‌ ଟ୍ରଙ୍କ୍‌ ରୋଡ୍‌ସ୍ଥିତ ୱେଲିଙ୍ଗ୍‌ଟନ୍‌ ଝୋଟ ମିଲ୍‌ ନିକଟରେ ଦ୍ବିତୀୟ ରାମ ନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ କରାଯାଇଥିଲା।
ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି, “ରିଶ୍ରା ୱାର୍ଡ ୧-୫ ଏବଂ ଶ୍ରୀରାମପୁରର ୱାର୍ଡରେ ସିଆର୍‌ପିସି ଧାରା ୧୪୪ ଅଧୀନରେ ନିଷେଧାଦେଶ ଲାଗୁ କରାଯାଇଛି।
ରବିବାର ସନ୍ଧ୍ୟାରେ ରାମ ନବମୀ ଶୋଭାଯାତ୍ରା ବେଳେ ପଶ୍ଚିମବଙ୍ଗର ହୁଗୁଳିଠାରେ ହିଂସାକାଣ୍ଡ ଘଟିବାରୁ ଜଣେ ‘ବିଜେପି’ ବିଧାୟକ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।
ଆହତ ବିଧାୟକ ହେଉଛନ୍ତି ବିମାନ ଘୋଷ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *