Spread the love

କୋରାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଖିଲପୁଟ ଗାଁରୁ ଜଣଙ୍କ ଘରୁ ୭୬୨ କେଜି ଗଞ୍ଜେଇ ଜବତ କରିଛି ପୁଲିସ୍। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
ଖିଲପୁଟ ଗାଁର ଖଗପତି ଖିଲଙ୍କ ଘରେ ଏହି ଗଞ୍ଜେଇ ଗଚ୍ଛିତ ହୋଇ ରହିଥିଲା। ଏହାକୁ ବାହାର ରାଜ୍ୟକୁ ଚାଲାଣ କରାଯିବା ଉଦ୍ଦେଶ୍ୟରେ ରଖାଯାଇଥିଲା। ପୁଲିସ୍ ଏ ନେଇ କୌଣସି ସୂତ୍ରରୁ ସୂଚନା ପାଇଥିଲା। ଏହା ପରେ ଗତକାଲି ମଧ୍ୟରାତ୍ରରେ ମାଛକୁଣ୍ଡ ଓ ଲମତାପୁଟ ପୁଲିସ୍‌ର ଏକ ମିଳିତ ଟିମ୍ ଖଗପତିଙ୍କ ଘରେ ଚଢ଼ାଉ କରିଥିଲା।
ଚଢ଼ାଉ ବେଳେ ପୁଲିସ୍ ଖଗପତିଙ୍କ ଘରୁ ୩୩ ବସ୍ତା ଗଞ୍ଜେଇ ଜବତ କରିଥିଲା। ତେବେ ପୁଲିସ୍ ଚଢ଼ାଉ ବେଳେ କୌଶଳକ୍ରମେ ଖଗପତି ଖିଲ ଫେରାର ହୋଇଯାଇଥିଲେ। ପୁଲିସ୍ ଖଗପତିଙ୍କୁ ଖୋଜୁଥିବା ବେଳେ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *